www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱ ରେକର୍ଡ ଲକ୍ଷରେ ଜାଲିକାଟୁ ; ୨ମୃତ, ୧୩ ଆହତ

ପୁଦୁକୋଟାଇ : ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ(ଷଣ୍ଢଲଢେଇ)ଦେଖୁଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁର ପୁଦୁକୋଟାଇରେ ଆୟୋଜିତ ଜାଲିକାଟୁରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ ରାମୁ(୨୮) ନାମକ ଜଣେ ବାଳକ ଷଣ୍ଢ ଆକ୍ରମଣରେ ଆହତ ହୋଇଥିଲା। ଚିକିତ୍ସାଧିନ ଅବସ୍ଥାରେ ରାମୁଙ୍କର ମୃତ୍ୟୁ ହୋଇଥିଲା। ସେହିପରି ତ୍ରିଚି ଜିଲାର ସତିଶ(୩୫) ଜାଲିକାଟୁ ଖେଳରେ ଷଣ୍ଢ ନିକଟରେ ଛିଡା ହୋଇଥିଲେ। ଖେଳ ସରିବା ପରେ ଷଣ୍ଢକୁ ନିଜ ମାଲିକ ପାଖକୁ ନିଆଯାଉଥିବା ସମୟରେ ଷଣ୍ଢଟି ସତିଶଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ୱାମୀ ଏହାକୁ ଉଦଘାଟନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ସି. ବିଜୟଭାଷ୍କରଙ୍କ ତତ୍ତ୍ୱବଧାନରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା। ତାମିଲନାଡୁ ସରକାର ଚଳିତ ବର୍ଷ ଜାଲିକାଟୁକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ବିଶ୍ୱ ରେକର୍ଡ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ତାମିଲନାଡୁର ବହୁ ସହରରେ ଏହାର ଆୟୋଜନ କରାଯାଇଛି। ପୁଦୁକୋଟାଇର ବିରାଲିମଲାଇରେ ଆୟୋଜିତ ଜାଲିକାଟୁରେ ୨ହଜାର ଷଣ୍ଢ ଲଢେଇ କରାଯିବ। ୮୦୦ଲୋକ ଏହି ଷଣ୍ଢଙ୍କୁ ଅଟକାଇବାକୁୁ ଚେଷ୍ଟା କରିବେ। ସୂଚନା ଅନୁସାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ଷଣ୍ଢକୁ ନେଇ ଜାଲିକାଟୁ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଏହି ଖେଳରେ ଷଣ୍ଢକୁ କାବୁ କରିବା ପାଇଁ ୧୩ ଜଣ ଆହତ ହୋଇସାରିଲେଣି।
ସୂଚନାଯପୋଗ୍ୟ ଯେ ୨୦୧୭ରେ ମାନବିକ ଅଧିକାର କର୍ମୀ ଏହି ଖେଳକୁ ବିରୋଧ କରିଥିଲେ। ଏହି ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ଯାଇଥିଲା। ପ୍ରତିବର୍ଷ ଏହି ଖେଳରେ କିଛି ଲୋକଙ୍କରେ ମୃତ୍ୟୁ ହୋଇଥାଏ। ଏହାବ୍ୟତୀତ ବହୁ ଲୋକ ଗୁରୁତର ଆହତ ହୋଇଥାନ୍ତି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories