www.samajalive.in
Saturday, December 6, 2025
23.1 C
Bhubaneswar

୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ଯାଜପୁର : ଯାଜପୁର ଜିଲ୍ଲା  ବନ ସୁରକ୍ଷା ସମିତି ଉପର ଟମକା ଆନୁକୁଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଆୟୋଜିତ ଏଏନ୍ଆର୍ ବନୀକରଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପ୍ରୀତିରଂଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍ଘାଟନ କରିବା ସହ ମାନବ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ସମ୍ବନ୍ଧରେ ଉପସ୍ଥିତ ସ୍ଥାନୀୟ ଅଧିବାସୀ ମାନଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ ।
ବିଧାୟକ ଶ୍ରୀ ଘଡାଇଙ୍କ ସହ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏସ୍ସିଏଫ୍ ସୌଭାଗ୍ୟ ରଂଜନ ସାହୁ, ଟମକା ବନାଚଂଳ ଅଧିକାରୀ ଘନଶ୍ୟାମ ମୁଦୁଲି, ଟମକା ଥାନା ଭାରପ୍ରାପ୍ତ ଅଧିକାରୀ ଶୁକାନ୍ତ ପାତ୍ର, ୮ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ  ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ସୌମ୍ୟରଂଜନ ମହାପାତ୍ର, ସ୍ଥାନୀୟ ସରପଂଚ ଦ୍ୱାରୀକାନାଥ ଦାସ ପ୍ରମୁଖ ଯୋଗଦାନ କରି ପଣସ, ଓଉ, ନିମ୍ବ ଓ ପିଜୁଳି ଚାରା ରୋପଣ କରିଥିଲେ । ବନପାଳ ବାଲାଏ ମୁର୍ମୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବନ କର୍ମଚାରୀ ଆଶୁତୋଷ ରଥ, ସଂଜୟ ଦେହୁରୀ, ଅକ୍ଷୟ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories