www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ଆଜି କୃଷି କ୍ଷେତ୍ରରେ ବେଶ ଆଗକୁ ଯାଇପାରିଛି:ମନ୍ତ୍ରୀ

ଯାଜପୁର: ରାଜ୍ୟ ସରକାର କୃଷିର ବିକାଶ ପାଇଁ ବହୁ ବିଧ ଯୋଜନା କରିଛନ୍ତି। ଫଳରେ ରାଜ୍ୟ ଆଜି କୃଷି କ୍ଷେତ୍ରରେ ବେଶ ଆଗକୁ ଯାଇପାରିଛି। ମୁଖ୍ୟମନ୍ତ୍ରୀ କୃଷକମାନେ କିଭଳି ଉନ୍ନତି କରିବେ, ସେମାନଙ୍କ ଜମିକୁ କିଭଳି ଜଳସେଚିତ କରାଯିବ ସେ ନେଇ ବିଭିନ୍ନ ପଦକ୍ଷେପ ମାନ ନେଇଥିଲା ବେଳେ କାଳିଆ ଯୋଜନାରେ ମଧ୍ୟ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକର କୃଷି ଓ କୃଷକଙ୍କ ବିକାଶ ପାଇଁ ମୁଁ ମଧ୍ୟ ପ୍ରତିଶୃତିବଦ୍ଧ।

ଆଜି ଦାନଗଦୀ ବ୍ଲକ ଉଚ୍ଚବାଲି ପଞ୍ଚାୟତରେ ଚାଷୀଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଚର୍ଚ୍ଚା କରିବା ଓ ସେମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ଅବସରରେ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଏହା କହିଛନ୍ତି। ଏହି ବୈଠକରେ କୃଷିର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ।

- Advertisement -

ଆଗାମିଦିନରେ ବାଙ୍ଗରକୋଟା, ଉଚ୍ଚବାଲି ଏବଂ ନଛିପୁରା ପଞ୍ଚାୟତର ଜମିକୁ ଖରାଦିନରେ ଜଳସେଚିତ କରିବାକୁ ରେଙ୍ଗାଲି କେନାଲ ଖନନ କାର୍ଯ୍ୟ ଶୀଘ୍ର ଶେଷ କରାଯିବ ବୋଲି ସେ କହିଥିଲେ। ବୈଠକରେ ପନିପରିବାକୁ ସଂରକ୍ଷଣ ଲାଗି ଶୀତଳ ଭଣ୍ଡାର ପ୍ରତିଷ୍ଠା ଲାଗି ଚାଷୀ ଭାଇମାନେ ପରାମର୍ଶ ଦେଇଥିଲା ବେଳେ ଏ ନେଇ ଖୁବ ଶୀଘ୍ର ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ଏହି ଅବସରରେ କୃଷକ ମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ। ବୈଠକରେ ଦାନଗଦି ବ୍ଲକ ଅଧ୍ୟକ୍ଷାଙ୍କ ସମତେ ନିର୍ବାଚିତ ଲୋକପ୍ରତିନିଧି ମାନେ ଯୋଗଦାନ କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories