www.samajalive.in
Saturday, December 13, 2025
26.1 C
Bhubaneswar

ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ଯାଜଯୁର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରି କହିଥିଲେ ଯେ, ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଶିବିରମାନ ଆୟୋଜନ କରାଯାଉଛି । ଜିଲ୍ଲାରେ ୧୦ ଗୋଟି ବ୍ଲକ ଓ ଦୁଇ ଗୋଟି ସହରାଞ୍ଚଳରେ ଶିବିରମାନ ଆୟୋଜନ କରାଯାଇ ଭିନ୍ନକ୍ଷମମାନଙ୍କୁ ପ୍ରମାଣ ପତ୍ର ଦିଆଯିବ । ଶିବିରକୁ ଆସୁଥିବା ଭିନ୍ନକ୍ଷମମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ । ପୂର୍ବରୁ ପ୍ରଦାନ କରାଯ।ଇଥିବ। ହସ୍ତଲିଖିତ ପ୍ରମାଣପତ୍ର ହିତାଧିକାରୀମାନେ ୩୧.୦୮.୨୨ ସୁଦ୍ଧା ଇଉଡିଆଇଡି ପୋର୍ଟାଲରେ ନାମ ପଞ୍ଜିକରଣ କରି ନୂତନ ପ୍ରମାଣ ପତ୍ର ସଂଗ୍ରହ କରିବ।କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୧୩୪୯୬ ଜଣ ଭିନ୍ନକ୍ଷମ ଅନଲାଇନ ମାଧ୍ୟମରେ ଆବେଦନ କରି ପ୍ରମ।ଣ ପତ୍ର ପ।ଇଁ ଆଶାୟୀ ଅଛନ୍ତି । ସେମ।ନଙ୍କ ପ।ଇଁ ଚଳିତ ମାସ ୩୦ ତ।ରିଖରୁ ଅକ୍ଟୋବର ୧୪ ତ।ରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଶିବିରମାନ ଆୟୋଜନ କରାଯ।ଇ ପ୍ରମ।ଣ ପତ୍ର ଦିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲ। । ଏଥି ନିମିତ୍ତ ବିଭିନ୍ନ ବ୍ଲକ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅଗଷ୍ଟ ୩୦ ତ।ରିଖରେ ରସୁଲପୁର ବ୍ଲକ, ସେପ୍ଟେମ୍ବର ମ।ସ ୭ ତାରିଖରେ ଦାନଗଦି, ୯ ତ।ରିଖ ସୁକିନ୍ଦ।, ୧୩ ତାରିଖ କୋରେଇ, ୧୪ ତାରିଖ ବଡଚଣା, ୧୬ ତାରିଖ ଧର୍ମଶାଳା, ୨୧ ତାରିଖ ବିଞ୍ଝାରପୁର, ୨୩ ତାରିଖ ଦଶରଥପୁର, ୨୭ ତାରିଖ ବରି ଏବଂ ୨୯ ତାରିଖ ଯାଜପୁର ବ୍ଲକର ଅନୁଷ୍ଠିତ ହେବ। ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳର ହିତାଧିକାରୀମାନେ ଯଥାକ୍ରମେ କୋରେଇ ଓ ଯାଜପୁର ବ୍ଲକ ଶିବିରରେ ଯୋଗ ଦେବେ ବୋଲି ବୈଠକରେ ସ୍ଥିର କରାଯାଇଥିଲା।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଯାଜପୁର ବ୍ଲକରେ ୯୭୫ ଜଣ, ଦଶରଥପୁରରେ ୧୩୮୩, କୋରେଇରୂ ୯୫୧, ଦ।ନଗଦିରେ ୩୪୯, ସୁକିନ୍ଦ।ରେ ୯୪୦, ରସୁଲପୁରରେ ୯୭୫, ବରିରେ ୧୩୧୯, ଧର୍ମଶାଳାରେ ୨୫୦୯, ବଡଚଣାରେ ୨୫୯୭, ଯ।ଜଯୁର ପୌରାଞ୍ଚଳରେ ୧୨ ଏବଂ ବ୍ୟାସନଗରରେ ୩୬୦ ଜଣ ଭିନ୍ନକ୍ଷମ ଅନଲାଇନ ପଞ୍ଜିକରଣ କରିଛନ୍ତି । ବୈଠକରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ମୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ ଭିନ୍ନକ୍ଷମମାନଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ବିଡିଓ ଏବଂ ବିଏସଏସଓମାନେ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ଅବଗତ କରାଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ବିରଞ୍ଚି ନରାୟଣ ବାରିକ, ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି, ଡିସିପିଓ ନିରଞ୍ଜନ କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ସମସ୍ତ ବ୍ଲକର ବିଡିଓ, ବିଏସଏସଓ, ସିଡିପିଓ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories