ଟ୍ରାନ୍ସପୋର୍ଟ କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଯାଜପୁର: ଜାରକା ସ୍ଥିତ ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ କରିଥିବା ବେଳେ ଦୀର୍ଘ ଦିନ ଧରି ଏହି ସ୍ଥାନରେ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟଟି ରହିଥିଲା । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରିଥାଏ । ତେବେ ଗୁରୁବାର ଅଚାନକ ଆୟକର ବିଭାଗ ପକ୍ଷରୁ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ବରିଷ୍ଠ ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ଅଛନ୍ତି । ଏହି ଚଢ଼ାଉରେ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

kalyan agarbati

Comments are closed.