www.samajalive.in
Friday, December 12, 2025
27.1 C
Bhubaneswar

ପୁଅ ଭଲ ହୋଇ ଘରକୁ ଫେରିଲେ ପୁରୀ ଯିବୁ; ରାହୁଲଙ୍କ ବାପା

ନୂଆଦିଲ୍ଲୀ: ଛତିଶଗଡ଼ରେ ବୋରୱେଲରେ ନାବାଳକ ରାହୁଲ ପଡ଼ିଯିବା ଘଟଣା । ରାହୁଲଙ୍କ ବାପା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋ ପୁଅ ଉଦ୍ଧାର ହୋଇଛି । ପୁଅ ଭଲ ହୋଇ ଘରକୁ ଫେରିଲେ ଆମେ ପୁରୀକୁ ଯିବୁ । ପୂର୍ବରୁ ମଧ୍ୟ ଆମେ ପୁରୀକୁ ଯାଇଥିଲୁ । ସେହି ସମୟରେ ପୁରୀରେ ପୁଅ ହଜିଯାଇଥିଲା । ସମୁଦ୍ରରେ ଗାଧୋଇବା ବେଳେ ରାହୁଲକୁ ଆମେ ପାଇନଥିଲୁ । ପରେ ରାହୁଲକୁ ଆମେ ଖୋଜାଖୋଜି କରିବା ସହ ସ୍ଥାନୀୟ ଲୋକଙ୍କୁ ରାହୁଲର ଫଟୋ ଦେଖାଇଥିଲୁ ।

ସେଠାରେ ଦୁଇଜଣ ଲୋକ ରାହୁଲକୁ ଖୋଜି ଆମକୁ ଦେଇଥିଲେ । ମହାପ୍ରଭୁଙ୍କ ସ୍ନାନଯାତ୍ରା ସମୟରେ ପୁଅ ଉଦ୍ଧାର ହେବା କେବଳ ମହାପ୍ରଭୁଙ୍କ କୃପା ବୋଲି କହିଲେ ରାହୁଲଙ୍କ ବାପା । ତାହାସହ କଟକର ଏନଡିଆରଏଫ୍‌ ଟିମକୁ ମଧ୍ୟ ରହୁଲଙ୍କ ବାପା ପ୍ରଶଂସା କରିଛନ୍ତି ।

- Advertisement -

ସୂଚନା ଥାଉକି ୧୧ବର୍ଷିୟ ନାବାଳକ ରାହୁଲ ବୋରୱେଲରେ ପଡ଼ିଯାଇଥିଲେ । ଦୀର୍ଘ ୫ଦିନର ରେସ୍କ୍ୟୁ ଅପରେସନ ପରେ ରାହୁଲକୁ ଉଦ୍ଧାର କରିଥିଲା ଏନଡିଆରଏଫ୍‌ ଟିମ୍‌ । ଉଦ୍ଧାର କରିବା ପରେ ରାହୁଲକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାହୁଲକୁ ସାମନ୍ୟ ଜ୍ୱର ଥିବା କହିଥିଲେ ଡାକ୍ତର । ହେଲେ ଆଜି ରାହୁଲ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

 

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories