www.samajalive.in
Friday, December 12, 2025
19.1 C
Bhubaneswar

ଯାଜପୁରରେ ପାର୍ଥୀ ଘୋଷଣା ପରେ କଂଗ୍ରେସରେ ବିବାଦ

ଯାଜପୁର : ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବା ପରେ ବିବାଦ ଦେଖାଦେଇଛି । ଏହି ଆସନ ପାଇଁ ସନ୍ତୋଷ ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି । କିନ୍ତୁ ଏହି ଆସନ ପାଇଁ ଦଳୀୟ ଟିକେଟ ଦାବିରେ ଏଆଇସିସି ସଦସ୍ୟ ପୁଲିନ ପ୍ରକାଶ ପୁହାଣ ଥିବା ଜଣାପଡିଛି। ପୁଲିନ ପୂର୍ବରୁ ଦଳୀୟ ସଂଗଠନକୁ ମଜବୁଦ କରି ଘରକୁ ଘର ବୁଲି ସଂଗଠନ କରିଥିବା କହିଛନ୍ତି। ଏପରିକି ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବକ ମାନଙ୍କୁ ଏକାଠି କରି ଚଳିତ ନିର୍ବାଚନରେ ଦଳୀୟ ଟିକେଟ ପାଇ ଲଢ଼େଇ କରିବେ ବୋଲି ମନ ସ୍ଥିର କରିଥିବା ଜଣାପଡିଛି। କିନ୍ତୁ ତାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇନଥିବାରୁ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାମବାଗ ଠାରେ ଅନୁଷ୍ଠିତ ଏକ କର୍ମୀ ସମାବେଶରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଜ ସମର୍ଥକ ଓ କର୍ମୀ ମାନଙ୍କ ସହିତ ପରାମର୍ଶ କରୁଥିବା କହିଛନ୍ତି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏ ନେଇ କୌଣସି ନିଷ୍ପତି ନେଇପାରନ୍ତି ବୋଲି ପୁଲିନ ପ୍ରକାଶ କରିଛନ୍ତି ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories