www.samajalive.in
Saturday, December 13, 2025
26.1 C
Bhubaneswar

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ ଗଂଜେଶ୍ୱର ଅଞ୍ଚଳରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ହେଲେ ବଳରାମ ସେଠୀଙ୍କ ସ୍ତ୍ରୀ ସୁଶ୍ମିତା। ସୁଶ୍ମିତାଙ୍କୁ ଯୈାତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଛିଅର ବାପଘରଲୋକ ତାଙ୍କ ଝିଅକୁ ଯୈାତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି  ।

ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ଥାନା ବାଲିପୋଖରି ଗ୍ରାମର ଶୈଳେନ୍ଦ୍ର ସେଠୀଙ୍କ ଝିଅ ସୁଶ୍ମିତା ଯାଜପୁର ଥାନା ଅଧିନସ୍ଥ ଗଂଜେଶ୍ୱର ଅଞ୍ଚଳରେ ସାଗର ସେଠୀଙ୍କ ପୁଅ ବଳରାମଙ୍କ ସହିତ ୯ ବର୍ଷ ତଳେ ବିବାହ ହୋଇଥିଲା । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ବିବାହପରେ ଯୈାତୁକପାଇଁ ଶାଶୁଘରଲୋକେ ମାନସିକ ଓ ଶାରିରୀକ ନିର୍ୟ୍ୟାତନା ଦେଇଆସୁଥିଲେ । ବିବାହ ସମୟରେ ଦାବି ମୂତାବକ ୩୦ ହଜାର ଟଙ୍କା ଦିଆଯାଇଥିଲା । ଏହାପରେ ମଧ୍ୟ ଶାଶୁଘର ଲୋକେ ୮୦ହଜାର ଟଙ୍କା ଦେବା ପାଇଁ ଦାବି କରୁଥିଲେ । ଏହି ଟଙ୍କାକୁ କେନ୍ଦ୍ର କରି ଶାଶୁଘର ଲୋକ ଝିଅକୁ ହତ୍ୟା କରିଥିବା ଯାଜପୁର ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଯାଜପୁର ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନି । ଅନ୍ୟପଟେ ଏହି ଘଟଣାରେ ଅଧିକ ତଦନ୍ତ ଲାଗି ସ୍ୱାମୀକୁ ଥାନାରେ ଅଟକ ରଖାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories