www.samajalive.in
Saturday, December 13, 2025
18.1 C
Bhubaneswar

ଜଗଦାନନ୍ଦଙ୍କୁ ଯୁବଶକ୍ତି ନିୟୋଜନ ସବ୍‌-କମିଟି ଆବାହକ ଦାୟିତ୍ବ

ନୂଆଦିଲ୍ଲୀ : କୋଭିଡ୍‍ ମୁକାବିଲା ନିମନ୍ତେ ସାମାଜିକ ସଙ୍ଗଠନ ଓ ସରକାରଙ୍କ ମିଳିତ ଉଦ୍ୟମରେ ନିତି ଆୟୋଗରେ ଏକ ଷ୍ଟାଣ୍ଡିଂ କମିଟିର ପୁର୍ନଗଠନ କରାଯାଇଛି। ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର କାର୍ଯ୍ୟକାଳ ଚାରିବର୍ଷ ରହିବ।
ତୃଣମୂଳସ୍ତରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକଙ୍କ ସମସ୍ୟା, ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ, ପ୍ରଚଳିତ ଆଇନ ସରଳୀକରଣର ଆବଶ୍ୟକତା ଏବଂ ଦେଶର ୧୧୫ଟି ଆକାଂକ୍ଷା ଜିଲଶ ସମେତ ଜାମୁ ଓ କାଶ୍ମୀରରେ ତୃଣମୂଳସ୍ତରରେ କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟାନ୍ୱୟନରେ ସହଭାଗିତା ବଢାଇବା କମିଟିର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଜଳ ପରିମଳ ଓ ସ୍ୱଚ୍ଛତା, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା, ମାନବଚାଲାଣ ଓ ଗୋତି ଶ୍ରମିକ ପ୍ରଥା, ମହିଳା ସଶକ୍ତିକରଣ ଓ ନିରାପତ୍ତା, ଭିନ୍ନକ୍ଷମ ଓ ସୁଲଭତା, ବରିଷ୍ଠ ନାଗରିକଙ୍କ ଯତ୍ନ, ନିରନ୍ତର ଜୀବିକା, ଶିକ୍ଷା. ଉଦ୍ୟୋଗ ଓ ଦକ୍ଷତା ବିକାଶ, ବିପର୍ଯ୍ୟୟ ଓ ପରିବେଶ ସମସ୍ୟା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ଦକ୍ଷତାମାପ ଓ ନିୟନ୍ତ୍ରଣ. ମାଇକ୍ରୋ ଫାଇନାନ୍ସ, ଉଦ୍ଭାବନ, ବିଜ୍ଞାନ କୌଶଳ ଓ ରୂପାନ୍ତର, ଯୁବଶକ୍ତି ନିୟୋଜନ. ପ୍ରବାସୀ ଶ୍ରମିକ, ତୃତୀୟଲିଙ୍ଗୀ ଆଦି ୧୭ଟି ବିଷୟରେ ସବ୍‍-କମିଟି ଗଠନ କରାଯାଇଛି। ସରକାରଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ତୃଣମୂଳ ସ୍ତରର ପ୍ରସ୍ତାବ ଗୁଡିକ ସମ୍ପର୍କରେ ଏହି ସବ୍‍-କମିଟି ଗୁଡିକ ଅବଗତ କରାଇବେ।
ଯୁବପିଢିଙ୍କୁ ସ୍ୱେଚ୍ଛାସେବା ପ୍ରତି ଅନୁପ୍ରାଣିତ କରିବା ପାଇଁ ଯୁବଶକ୍ତି ନିୟୋଜନ ସବ୍‍ କମିଟି କାର୍ଯ୍ୟ କରିବ। ଏଥିରେ ଯୁବବ୍ୟାପାର, ଶ୍ରମ ଓ ନିୟୋଜନ, ସଂସ୍କୃତି, ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରାଳୟ ସମେତ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ, ଜାତୀୟ ସେବା ଯୋଜନା, ୟୁନାଇଟେଡ୍‍ ନେସନ୍ସ ଫଣ୍ଡ ଫର୍‍ ପପୁଲେସନ୍‍ ଆକ୍ଟିଭିଟିଜ୍‍ (ୟୁଏନ୍‍ଏଫ୍‍ପିଏ) ଏବଂ ୟୁଏନ୍‍ ଭଲ୍ୟୁଣ୍ଟିଅର୍ସର ପ୍ରତିନିଧିମାନେ ରହିଛନ୍ତି। ଏହାର ପରିଚାଳନା ଦାୟିତ୍ୱ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୱାଇଏସ୍‍ଡିକୁ ଦିଆଯାଇଛି ଏବଂ ଅନୁଷ୍ଠାନର ମାର୍ଗଦର୍ଶକ ଜଗଦାନନ୍ଦ ଉକ୍ତ ସବ୍‌କମିଟିର ଆବାହକ ଦାୟିତ୍ୱ ତୁଲାଇବେ।
ବିଗତ ବଜେଟ୍‍ ବକ୍ତବ୍ୟରେ ସୋସିଆଲ୍‍ ଷ୍ଟକ୍‌ ଏକ୍ସଚେଞ୍ଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ପ୍ରସ୍ତାବର କାର୍ଯ୍ୟକାରିତା ସହ ସୋସିଆଲ୍‍ ଷ୍ଟକ ଏକ୍ସଚେଞ୍ଜର ଖସଡା, ସାମାଜିକ ଅନୁଷ୍ଠାନଙ୍କ ଯୋଗଦାନ ଆଦି ସମ୍ପର୍କରେ ଷ୍ଟକ୍‍ ଏକ୍ସଚେଞ୍ଜ ବୋର୍ଡ ଅଫ୍‍ ଇଣ୍ଡିଆ (ସେବି)ର ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଯାଇଛି।
ଏହାବ୍ୟତୀତ ସ୍ୱେଚ୍ଛାସେବା କ୍ଷେତ୍ର ପାଇଁ ଜାତୀୟ ନୀତି ପ୍ରଣୟନ ନିମନ୍ତେ ନିତି ଆୟୋଗ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ କମିଟିରେ ମଧ୍ୟ ଶ୍ରୀ ଜଗଦାନନ୍ଦ ସଦସ୍ୟ ମନୋନୀତ ହୋଇଛନ୍ତି। ଏହି କମିଟି ସାମାଜିକ ଅନୁଷ୍ଠାନ ମାନଙ୍କ ପାଇଁ ପ୍ରଚଳିତ ଆଇନ୍‍ ଗୁଡିକୁ ତର୍ଜମା କରିବା ତଥା ସାଂପ୍ରତିକ ସ୍ଥିତିରେ ଆଇନର ସରଳୀକରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାସହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀତି- ୨୦୦୭କୁ ତର୍ଜମା ପୂର୍ବକ ନୂତନ ନୀତି ପ୍ରଣୟନରେ ନିତି ଆୟୋଗଙ୍କୁ ସହଯୋଗ କରିବ।
ବୈଠକରେ ନିତି ଆୟୋଗ ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍‍କାନ୍ତଙ୍କ ସହ ଦେଶର ବହୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ପିରାମଲ୍‍ ଫାଉଣ୍ଡେସନ୍‍, ଇନ୍‍ଫୋସିସ୍‍ ଫାଉଣ୍ଡେସନ୍‍, ଅଜିମ୍‍ ପ୍ରେମଜୀ ଫାଉଣ୍ଡେସନ୍‍ ଭଳି କର୍ପୋରେଟ୍‍ ଜଗତର ପ୍ରତିନିଧିମାନେ ମଧ୍ୟ ସାମିଲ୍‍ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories