www.samajalive.in
Monday, December 8, 2025
24.1 C
Bhubaneswar

ସେପ୍ଟେମ୍ବର ୬ରେ ଓଡିଶା ଫେରିବେ ଜଗା-କାଳିଆ, ଏସ୍‌ସିବିରେ ଜାରି ରହିବ ଚିକିତ୍ସା

ଭୁବନେଶ୍ୱର: ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ୍ ଶୀଘ୍ର ଓଡିଶା ଫେରିବେ । ସେମାନଙ୍କ ଓଡିଶା ଫେରିବାକୁ ନେଇ ଚାଲିଥିବା ସମସ୍ତ  କଳ୍ପନା ଜଳ୍ପନା ଶେଷ ହୋଇଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ସେମାନେ ଓଡିଶା ଫେରିବେ ବୋଲି ସୂଚନା ମିଳିଛି । ଓଡିଶା ଫେରିବା ପରେ କଟକସ୍ଥିତ ଏସ୍‌ସିବି ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିବ । ଏଥିପାଇଁ କଟକ ଏସ୍‌ସିବିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପ୍ରକାଶ ଯେ, ସେପ୍ଟେମ୍ବର ୬ ତାରିଖରେ ରାଜଧାନୀ ଏକ୍ସପ୍ରେସରେ ଜଗା କାଳିଆ ଦିଲ୍ଲୀରୁ ବାହାରିବେ । ସେମାନଙ୍କ ସହିତ ଓଡ଼ିଶା ଭବନ କର୍ମଚାରୀ ଏବଂ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଓଡିଶା ଆସିବେ । ସେପ୍ଟେମ୍ବର ୭ ତାରିଖରେ ସେମାନେ ଓଡ଼ିଶାରେ ପହଞ୍ଚିବା ପରେ କଟକ ଏସ୍‌ସିବି ମେଡ଼ିକାଲକୁ ଯିବେ । ଏସ୍‌ସିବିର ସର୍ଜରୀ ବିଭାଗର ୧ ନମ୍ବର କ୍ୟାବିନ୍‌ରେ ଚିକିତ୍ସା ପାଇଁ ଜଗା କାଳିଆଙ୍କୁ ରଖାଯିବ । ଏଥିପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ମଧ୍ୟ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଦଳ ଉଭୟଙ୍କ ଉପରେ ୨୪ ଘଣ୍ଟ ନଜର ରଖିବେ । ଆବଶ୍ୟକ ପଡ଼ିଲେ ଜଣେ ଡାଏଟିସିଆନ୍‌ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।

- Advertisement -

ସୂଚନାଯୋଗ୍ୟ, କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କ ବିଷୟରେ ଜଣାପଡିବା ପରେ ସେମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଥିଲେ । ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ୨୦୧୭ ଜୁଲାଇ ୧୪ରେ ରାଜ୍ୟ ସରାକରଙ୍କ ପକ୍ଷରୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେହି ବର୍ଷ ଅକ୍ଟୋବର ୨୫ ଓ ୨୬ରେ ସେମାନଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା । କିଛି ଦିନ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏହା ପରେ ସେମାନେ ଓଡିଶା ଫେରିବା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । କିନ୍ତୁ ଜଗା କାଳିଆ କେଉଁଠି ରହିବେ ଏହାକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଥିଲା । ଭୁବନେଶ୍ୱରସ୍ଥିତ ଏମ୍ସ କର୍ତ୍ତୃପକ୍ଷ ସେମାନଙ୍କୁ ରଖିବା ପାଇଁ ମନା କରିବା ପରେ କଟକ ଏସ୍‌ସିବିରେ ରଖାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories