www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

ବୌଦ୍ଧ  : ବୌଦ୍ଧଜିଲ୍ଲା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସୌଜନ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଆନୁକୁଲ୍ୟରେ ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା, ସାମାଜିକ କାର୍ଯ୍ୟକଳାପ, କଳା ଓ ସାଂସ୍କୃତିକ ସମନ୍ବିତ ସମାରୋହ-୨୦୨୩ର ଶୁଭାରମ୍ଭ ହୋଇଛି।  ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ  ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଗତ ଦିନରେ ମହାବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଉଦାହରଣ ଦେଇ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷା ବିଭାଗର ପ୍ରାଧ୍ୟାପକ ଡ.ମେହେନ୍ଦ୍ର ନାଥ ଦେବତା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା  ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ସେବା, କ୍ରୀଡା ଓ ସଂସ୍କୃତିର ମହତ୍ବ ଉପରେ ଗୁରୁତ୍ବାରୋପ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଜିଲ୍ଲା ମୁଖ୍ୟ ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ମହାବିଦ୍ୟାଳୟର ସାଂସ୍କୃତିକ ବିଭାଗର ମୁଖ୍ୟ ଅଧ୍ୟାପିକା ପ୍ରଣିତା ପରିଡା, କ୍ରୀଡା ବିଭାଗର ମୁଖ୍ୟ ଅଧ୍ୟାପକ ସଦାନନ୍ଦ ମାହାର, ସମାଜସେବା କାର୍ଯ୍ୟକ୍ରମ ମୁଖ୍ୟ ଅଧ୍ୟାପକ ଡ.ପ୍ରବିର କୁମାର ଦାସ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଅଧ୍ୟାପିକା ଡ.ସୁଜାତା ସାହୁ ଉଦଘାଟନୀ ସମାରୋହର ସଭାକାର୍ଯ୍ୟ ପରିଚାଳନା  କରିଥିବା ବେଳେ ଅଧ୍ୟାପିକା ସୁମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆୟୋଜିତ ସମାରୋହରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀଙ୍କ ସମେତ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories