www.samajalive.in
Sunday, December 14, 2025
23.1 C
Bhubaneswar

ଏବେଠୁ ରାଷ୍ଟ୍ରପତି ନିର୍ବାଚନ ଉପରେ ମତାମତ ଦେବା ଠିକ୍‌ ହେବନି: ନବୀନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ଲାଗି କୌଣସି ପ୍ରସ୍ତାବ ବିଷୟରେ ଏପର୍ଯ୍ୟନ୍ତ ଚିନ୍ତା କରିନାହିଁ। ବହୁପୂର୍ବରୁ ଏହି ପ୍ରସଙ୍ଗରେ ମତାମତ ଦେବା ଠିକ୍‍ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀ ଦଳଗୁଡ଼ିକର ଏକତା ହେବ କି ବୋଲି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ ଏହି ବିଷୟରେ କିଛି ଭାବି ନାହାନ୍ତି। ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଅଥବା ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ନେଇ କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ। ସେହିପରି ଓଡ଼ିଶାରେ ବିଜେଡିର ଜୋର୍‌ଦାର ବିଜୟ କାରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ କାର୍ଯ୍ୟ ବିଜେଡିର ଲକ୍ଷ୍ୟ। ଆମେ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା କରୁଛୁ ସେଥିଲାଗି ଓଡ଼ିଶା ଲୋକଙ୍କ ବିଶ୍ବାସଭାଜନ ହୋଇଛୁ।

ଗତକାଲି ଦିବା ୧୨ଟା ୩୦ରେ ସଂସଦର ଗେଟ ସଂଖ୍ୟା ୪ରେ ପହଞ୍ଚିବା ପରେ ଦଳୀୟ ସାଂସଦଗଣ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି ପାର୍ଲିଆମେଣ୍ଟ ବିଲ୍ଡିଂରେ ୪୪ ନମ୍ବର କକ୍ଷରେ ଅବସ୍ଥିତ ବିଜୁ ଜନତା ଦଳ ସଂସଦୀୟ ଦଳ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ରାଜ୍ୟସ୍ୱାର୍ଥ ସହ ଜଡ଼ିତ କେଉଁ ପ୍ରସଙ୍ଗଗୁଡ଼ିକୁ ସଂସଦରେ ଉତ୍ଥାପନ କରାଯାଇଛି ଏବଂ କେଉଁ ପ୍ରସଙ୍ଗଗୁଡ଼ିକ ବାକି ରହିଛି ସେ ବିଷୟରେ ଦଶ ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ଦଳୀୟ ସାଂସଦଙ୍କୁ ପଚାରି ବୁଝିଥିଲେ। ମନେରାଗା ଯୋଜନା, କୋଇଲା ରୟାଲଟି ସଂଶୋଧନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ଆଲୋଚନାର ମୁଖ୍ୟ ବିଷୟ ରହିଥିବା ଜଣାପଡ଼ିଛି। ସେଠାରୁ ଶ୍ରୀ ପଟ୍ଟନାୟକ ସେଣ୍ଟ୍ରାଲ ହଲକୁ ଯାଇ ଜାତୀୟସ୍ତରର ବିଭିନ୍ନ ନେତାଙ୍କୁ ଭେଟିଥିଲେ। ସେଣ୍ଟ୍ରାଲ ହଲରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ଶ୍ରମ ଓ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ବିଜେପି ସାଂସଦ ରବିଶଙ୍କର ପ୍ରସାଦ, ରାକେଶ ସିହ୍ନା, ନିରଜ ଚନ୍ଦ୍ରଶେଖର ଓ ନିଶିକାନ୍ତ ଦୁବେ, କଂଗ୍ରେସ ସାଂସଦ ଆନନ୍ଦ ଶର୍ମା, ରାଜୀବ ଶୁକ୍ଳା ଓ କେ ସୁରେଶ, ଏନସିପି ସାଂସଦ ସୁପ୍ରିଆ ସୁଲେ, ଅକାଳୀ ଦଳ ସାଂସଦ ନରେଶ ଗୁଜୁରାଲ, ଡିଏମକେ ନେତା ଟି.ଆର ବାଲୁ, ଏଆଇଏଡିଏମକେ ସାଂସଦ ଏମ ଥମ୍ବିଦୁରାଇ, ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ସୌଗତ ରାୟ, ଆରଜେଡି ସାଂସଦ ମନୋଜ ଝା, ୱାଇଏସଆର ସାଂସଦ ବିଜୟ ସାଇ ରେଡ୍ଡି, ଟିଡ଼ିପି ସାଂସଦ ଜୟଦେବ ଗଲା ଓ ରାମମୋହନ ନାଇଡୁଙ୍କ ସହ ଶ୍ରୀ ପଟ୍ଟନାୟକ ସାକ୍ଷାତ କରିଥିଲେ। ସେହିପରି ଓଡ଼ିଶାର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ ଓ ନିତେଶ ଗଙ୍ଗଦେବ ମଧ୍ୟ ନବୀନଙ୍କୁ ସାକ୍ଷାତ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories