www.samajalive.in
Sunday, December 14, 2025
19.1 C
Bhubaneswar

ଆଇଟିବିପିର ୯ ନୂଆ ବାଟାଲିୟନ ଗଠନ ହେବ

ନୂଆଦିଲ୍ଲୀ : ଚୀନ ସୀମା ସୁରକ୍ଷାକୁ ଗୁରୁତ୍ୱ ଦେବା ପୂର୍ବକ ସରକାର ଆଇଟିବିପିକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୩୪୮୮ କିମି ଭାରତ-ଚୀନ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଆଇଟିବିପିର ଶକ୍ତି ବୃଦ୍ଧି କରିବା ଲାଗି ସରକାର ୯ଟି ନୂଆ ବାଟାଲିୟନ ତିଆରି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ୪୭ଟି ନୂଆ ବର୍ଡର ଆଉଟ ପୋଷ୍ଟ ନିର୍ମାଣ କରାଯିବ। ପିଟିଆଇ ରିପୋର୍ଟ ଅନୁଯାୟୀ ଗତ ମାସରେ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୯ଟି ନୂଆ ବାଟାଲିୟନ ଗଠନ ଦ୍ୱାରା ଆଇଟିବିପିରେ ଅଧିକ ୯୦୦୦ ସୈନିକ ସାମିଲ ହେବେ। ଚୀନ ସୀମାନ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଆଇଟିବିପିର ସେକ୍ଟର ହେଡ କ୍ୱାର୍ଟର ରହିବ। ଏହି ସେକ୍ଟର ହେଡ କ୍ୱାର୍ଟର ୪୭ଟି ବର୍ଡର ଆଉଟ ପୋଷ୍ଟ ସହିତ ପାଟ୍ରୋଲିଂ ୟୁନିଟ୍‍କୁ ନିୟନ୍ତ୍ରଣ କରିବ। ଆଇଟିବିପିରେ ନୂଆ ୯୦୦୦ ସୈନିକ ନିଯୁକ୍ତି ସହିତ ଖାଲିପଡିଥିବା ୬୦୦୦ ନିମ୍ନ ବର୍ଗର ପଦକୁ ମଧ୍ୟ ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଇଟିବିପିରେ ଏବେ ୯୦ହଜାର ସୈନିକ ରହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories