www.samajalive.in
Monday, December 8, 2025
14.1 C
Bhubaneswar

ଶୀତ ବସ୍ତ୍ର ଯୋଗାଣରେ ଅନିୟମିତତା ଓ କମିଶନି କାରବାର ଅଭିଯୋଗ

ଲୋଇସିଂହା : ଲୋଇସିଂହା ବ୍ଲକର ବିଭିନ୍ନ ଅଙ୍ଗନବାଡିରେ ପଞ୍ଜୀକୃତ ଶିଶୁମାନଙ୍କୁ ଶୀତକାଳୀନ ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶିଶୁମାନଙ୍କ ପାଇଁ ଜଣକ ପିଛା ଶୀତ ପୋଷାକ ପାଇଁ ୧୫୦ ଓ ଯୋତା ପାଇଁ ଶହେ ଟଙ୍କା ହିସାବରେ ଅଙ୍ଗନବାଡି କର୍ମୀଙ୍କ ଜମା ଖାତାରେ ଟଙ୍କା ଜମା କରାଯାଇଥିବା ବେଳେ ସେମାନେ ବଜାରରୁ କିଣି ଏହି ସାମଗ୍ରୀ ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ଲୋଇସିଂହା ଆଇସିଡିଏସ୍ରେ ଏହାର ଖୋଲା ଉଲଂଘନ କରାଯାଇ ସିଡିପିଓଙ୍କ ନିଜ ଅନୁଗତ ଯୋଗାଣକାରୀମାନଙ୍କ ଦ୍ୱାରା ଏହା ଯୋଗାଉଥିବା ନିଜ ନାମ ପ୍ରକାଶ ନକରିବା ସର୍ତରେ ଅନେକ କର୍ମୀ କହିଛନ୍ତି। ପାସ୍ବକ ଟଙ୍କା କାଢି ଯୋଗାଣକାରୀକୁ ଦେବା ପାଇଁ ସିଡିପିଓ ଚାପ ପକାଉଥିବା ଅଭିଯୋଗ ହେଉଛି। ଶିଶୁମାନଙ୍କ ପାଇଁ ଦିଆଯାଇଥିବା ସ୍ୱେଟର ମୂଲ୍ୟ ତୁଳନାରେ ଅତ୍ୟନ୍ତ(ଲୋଇସିଂହା ଆଇସିଡିଏସ) ନିମ୍ନମାନ ହୋଇଥିବା ସେମାନେ ସୂଚନା ଦେଇଛନ୍ତି। ବର୍ତମାନ ସୁଦ୍ଧା ଯୋତା ମୋଜା ଦିଆ ନଯାଇ ଆଗରୁ ଟଙ୍କା ଜମା ପାଇଁ କୁହାଯାଉଛି। ଆହୁରି ମଧ୍ୟ ଯୋତା ମୋଜା ସମସ୍ତ ପଞ୍ଜୀକୃତ ଶିଶୁଙ୍କ ପାଇଁ ଆସିଥିବା ସଂପର୍କରେ ସମସ୍ତ ଅଭିଭାବକ ଜାଣିଥିବା ବେଳେ କୁଆଡେ ୩/୪ ବର୍ଷର ଶିଶୁଙ୍କୁ ଦିଆଯିବ ନାହିଁ ବୋଲି ଅଫିସ ପକ୍ଷରୁ ସୂଚନା ଦିଆଯାଇ ଥିବାରୁ ଆମେ ଅସ୍ୱାଭାବିକ ପରିସ୍ଥିତିରେ ରହିଛୁ ବୋଲି ଅନେକ ଅଙ୍ଗନବାଡି କର୍ମୀ କ୍ଷୋଭ ପ୍ରକାଶ କରିଛନ୍ତି। ଲୋଇସିଂହା ଆଇସିଡିଏସ୍ରେ ବର୍ଷ ବର୍ଷ ଧରି ସିଡିପିଓ ନିଜ କିଛି ଯୋଗାଣକାରୀଙ୍କ ଦ୍ୱାରା ବିନା କୋଟେସନ କି ବିନା ଟେଣ୍ଡରରେ ନିମ୍ନମାନର ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଲକ୍ଷ ଲକ୍ଷ ଟଙ୍କାର କମିଶନି କାରବାର କରୁଥିବା ଅଭିଯୋଗ ହେଉଛି। କେହି କର୍ମୀ ଏହି ବେଆଇନ କାରବାର ସଂପର୍କରେ ପାଟି ଖୋଲିଲେ ତାଙ୍କୁ ସିଡିପିଓଙ୍କ ଆକ୍ରୋଶର ଶିକାର ହେବା ଭୟରେ ନୀରବ ରହୁଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତ। ଭିଜିଲାନ୍ସସ୍ତରୀୟ ତଦନ୍ତ ହେଲେ ଲୋଇସିଂହା ଆଇସିଡିଏସରେ ଖାଦ୍ୟ ସମାଗ୍ରୀ ସହ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣର ଦୁର୍ନୀତି ତଥା କମିଶନି କାରବାର ସଂପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସୂଚନା ଦେଇଛନ୍ତିା ସିଡିପିଓ ନିଜେ ସଦର ଦପ୍ତରରେ ରହୁ ନଥିବା ବେଳେ ଏହି ସୁଯୋଗରେ ଅନ୍ୟ ସୁପରଭାଇଜରମାନେ ହେଡକ୍ୱାଟରରେ ନରହି ଘର ଭଡାରେ ରହିଥିବା ଦର୍ଶାଇ ଘର ଭଡା ବାବଦକୁ ଟଙ୍କା ଉଠାଇ ନେଉଥିବା ସୂଚନା ମିଳିଛି। ଏଠାରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ରହିଥିବା ଭଡା ଗାଡିକୁ ନିଜେ ସିଡିିପିଓ ନିଜ ଘର ବଲାଙ୍ଗିରକୁ ଯାତାୟାତ ଲଗାଉଥିବା ଚର୍ଚ୍ଚା ହେଉଛି। ଜିଲାପାଳ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅନ୍ୟ ପକ୍ଷରେ ସିଡିପିଓଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡି ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories