www.samajalive.in
Monday, December 8, 2025
24.1 C
Bhubaneswar

ଚନ୍ଦ୍ରଯାନ-୨ ଦ୍ବାରା ଉତ୍ତୋଳିତ ଚନ୍ଦ୍ରପୃଷ୍ଠର ଫଟୋ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨ର ଅର୍ବିଟର ଦ୍ବାରା ଚନ୍ଦ୍ରପୃଷ୍ଠର ଅତି ନିକଟରୁ ଉତ୍ତୋଳିତ ଫଟୋକୁ ଟ୍ବିଟରରେ ଶେୟାର କରାଯାଇଛି। ଚନ୍ଦ୍ରଯାନ-୨ର ଅର୍ବିଟର ହାଇ-ରିଜୋଲ୍ୟୁଶନ କ୍ୟାମେରା(ଓଏଚଆରସି) ଦ୍ବାରା ଏହି ଫଟୋ ଉତ୍ତୋଳନ କରାଯାଇଛି। ଇସ୍ରୋ ପକ୍ଷରୁ କରାଯାଇଥିବା ଟ୍ବିଟ୍‌ରେ କୁହାଯାଇଛି ଯେ, ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଅଲଟିଚ୍ୟୁଡ୍‌ରେ ଅବସ୍ଥିତ ଅର୍ବିଟର ଗତମାସରେ ଏହି ଫଟୋ ଉଠାଇଛି। ଫଟୋରେ ବୋଗୁସ୍ଲସ୍କାଇ ଇ ଆଗ୍ନେୟଗିରିର ମୁଖ(୧୪ କିଲୋମିଟର ବ୍ୟାସ ଏବଂ ୩ କିଲୋମିଟର ଗଭୀର) ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳର ଚିତ୍ର ରହିଛି। ଜର୍ମାନୀର ଜୋତିର୍ବିଦ୍‌ ପାଲନ ଏଚ ଲଡ୍‌ୱିଗ୍‌ ଭନ୍‌ ବୋଗୁସ୍ଲସ୍କାଇଙ୍କ ନାମରେ ଉକ୍ତ ଅଗ୍ନେୟଗିରି ମୁଖର ନାମକରଣ କରାଯାଇଛି। ଚନ୍ଦ୍ରପୃଷ୍ଠରେ ଆଗ୍ନେୟଗିରି ଏବଂ ପଥର ଢିମା ରହିଥିବା ଏହି ଫଟୋରୁ ସ୍ପଷ୍ଟ ହେଉଛି। ପୂର୍ବରୁ ଯେତେସବୁ ଫଟୋ ଉତ୍ତୋଳନ କରାଯାଇଛି ତାହାଠାରୁ ଏହି ଫଟୋ ଅତ୍ୟନ୍ତ ସ୍ପଷ୍ଟ ବୋଲି କୁହାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories