www.samajalive.in
Tuesday, December 9, 2025
16.1 C
Bhubaneswar

ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି: ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମ୍ନାରେ ଅନଶନରେ ବସିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଧାରଣାରେ ବସିଥିଲେ ।ଉପ ଜିଲାପାଳ ବିଧାୟକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ବିଧାୟକ ଧାରଣାରୁ ଉଠିନଥିଲେ। ପରେ ଜିଲାପାଳ ଧାରଣାସ୍ଥଳରେ ପହଞ୍ଚି ଉପଯୁକ୍ତ ତଦନ୍ତ କରି କାର୍ୟ୍ୟନୁଷ୍ଠାନର ନିର୍ଦ୍ଦେଶ ଦେବାପରେ ଅନଶନ ଭାଙ୍ଗିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଏହାସହ ବିଧାୟକଙ୍କୁ ଜୁସ୍ ପିଆଇ ତାଙ୍କର ଅନଶନ ଭାଙ୍ଗିଥିଲେ ଜିଲ୍ଲାପାଳ। ସୂଚନାଯୋଗ୍ୟେ, ଶୁକ୍ରବାର ସକାଳେ ତହସିଲ କାର୍ୟ୍ୟାଳୟ ପରିସରରେ ଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଦସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ବିଧାୟକ ସୁକାନ୍ତ କୁମାର ନାୟକ ମଧ୍ୟ ସେଠାରେ ପହଞ୍ଚିଥିଲେ। ତହସିଲ କାର୍ୟ୍ୟାଳୟ ପରିସରରେ ଥିବା ମୋହରିରଙ୍କ ଚାଳ ଭଙ୍ଗାଯିବାରୁ ବିଧାୟକ ସୁକାନ୍ତ କୁମାର ନାୟକ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଆଜି ସକାଳେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା। ପରେ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories