www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରମ୍ପ ନିଆଁରେ ଘିଅ ଢାଳୁଛନ୍ତି: ଚୀନ

ବେଜିଂ: ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତେଜିତ କରୁଛନ୍ତି ବୋଲି ଚୀନ ଅଭିଯୋଗ କରିଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗୌ ଜିଆକୁନ କହିଛନ୍ତି ଯେ ନିଆଁରେ ଘିଅ ଢାଳିବା ଭଳି ଟ୍ରମ୍ପ ଦୁଇ ଦେଶର ଯୁଦ୍ଧକୁ ଉତ୍ତେଜିତ କରୁଛନ୍ତି। ଏହାଦ୍ବାରା ଯୁଦ୍ଧ ବ୍ୟାପକ ହେବ।  ଯୁଦ୍ଧ ବ୍ୟାପକ ହେଲେ ଟ୍ରମ୍ପ ଏଥିପାଇଁ ଦାୟୀ ରହିବେ ବୋଲି ଜିଆକୁନ କହିଛନ୍ତି। ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ତାଙ୍କର ଜି-୭ ସମ୍ମିଳନୀ କାର୍ଯ୍ୟକ୍ରମକୁ କାଟଛାଣ୍ଟ କରି ସ୍ବଦେଶ ଫେରିଆସିଛନ୍ତି। ସେହିପରି ଅଧିକ ଆକ୍ରମଣର ଆଶଙ୍କା ପ୍ରକାଶ କରି ତେହରାନ ଛାଡି ଚାଲିଯିବାକୁ ସମସ୍ତଙ୍କୁ ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଯୁଦ୍ଧକୁ ଉସୁକାଉଥିବାବେଳେ ଚୀନ ଅସ୍ତ୍ରବିରତି ଲାଗି ଆବଶ୍ୟକ ଆଲୋଚନା କରିବା ପାଇଁ ଇରାନକୁ ପରାମର୍ଶ ଦେଇଛି। ଏହା ସହିତ ଇସ୍ରାଏଲ ସହିତ ସୁସମ୍ପର୍କ ରଖିଥିବା ରାଷ୍ଟ୍ର ସମୂହଙ୍କୁ ଯୁଦ୍ଧ ଉତ୍ତେଜନା ହ୍ରାସ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଚୀନ ନିବେଦନ କରିଛି। ଅନ୍ୟପଟେ ଇରାନରେ ଥିବା ଏହାର ନାଗରିକଙ୍କୁ ସ୍ବଦେଶ ଫେରିଆସିବା ଲାଗି ଚୀନ କହିଛି। ଇରାନରେ ଥିବା ବିଭିନ୍ନ ଦେଶର ନାଗରିକ ଏବେ ସ୍ଥଳ ସୀମା ଦେଇ ଫେରିବାର ଯୋଜନା ଚଳାଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories