ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇପିଏସ୍ ଇନ୍ଦ୍ରଜିତ୍ ସିଂହ ସିଧୁ (୮୮) ଚଣ୍ଡିଗଡରେ ରାସ୍ତାରୁ ଅଳିଆ ସଫା କରୁଥିବାର ଏକ ଭିଡିଓକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଇନ୍ଦ୍ରଜିତ୍ ସେକ୍ଟର ୪୯ ଅଞ୍ଚଳରେ ରାସ୍ତାରୁ ଅଳିଆ ଉଠାଇ ଠେଲା ଗାଡିରେ ଜମା କରୁଛନ୍ତି। ୧୯୬୪ ବ୍ୟାଚ୍ର ଆଇପିଏସ୍ ସକାଳ ୬ଟାରୁ ଏହି ସଫେଇ କାମ ଆରମ୍ଭ କରନ୍ତି। ନିଜର ଏପରି ମହାନ କାର୍ଯ୍ୟ ପାଇଁ ସେ କୌଣସି ପ୍ରକାର ବାହାଦୁରି ନେବାକୁ ଚାହାନ୍ତି ନାହିଁ। ଇନ୍ଦ୍ରଜିତଙ୍କ ସଫେଇ କାର୍ଯ୍ୟର ଭିଡିଓକୁ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ସମାଜସେବା କରିବାର କୌଣସି ବୟସ ନାହିଁ। ନିଜର ବୟସାଧିକ ସତ୍ତ୍ବେ ସେ ତାଙ୍କ ଉଦ୍ଦେଶ୍ୟରୁ ଓହରି ଯାଇ ନାହାନ୍ତି। ଏ ସମ୍ପର୍କରେ ଇନ୍ଦ୍ରଜିତ୍ କହିଛନ୍ତି ଯେ ମୁଁ ପରିଷ୍କାର ସ୍ଥାନରେ ରହିବାକୁ ଚାହେଁ। ତେଣୁ ମୁଁ ସବୁ ସ୍ଥାନକୁ ପରିଷ୍କାର ରଖିବାକୁ ଚେଷ୍ଟା କରେ। ବିଦେଶରେ ରାସ୍ତାଘାଟ ସବୁ ପରିଷ୍କାର; ମାତ୍ର ଭାରତରେ ତାହା ଦେଖିବାକୁ ମିଳେ ନାହିଁ।
Popular Categories



