www.samajalive.in
Sunday, November 16, 2025
15.1 C
Bhubaneswar

ଆଇପିଏଲ୍‌: ଆର୍‌ସିବି, ମୁମ୍ବଇର ଶିବିର ଆରମ୍ଭ

ଚେନ୍ନଇ : ଆସନ୍ତା ୯ରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ଶ ସଂସ୍କରଣ ଆରମ୍ଭହେବ। ଏଠାରେ ୫ ଥର ଆଇପିଏଲ୍‌ ଜିତିଥିବା ମୁମ୍ବଇ ଇଣ୍ଡିଆନ୍‌ସ ଓ ବିରାଟ କୋହଲି ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ମଙ୍ଗଳବାରଠାରୁ ଉଭୟ ଦଳଙ୍କ ଅଭ୍ୟାସ ଶିବିର ଆରମ୍ଭ ହୋଇଛି। ୭ ଦିନ ବାଧ୍ୟତାମୂଳକ ସଂଗରୋଧରେ ରହିବା ପରେ ଉଭୟ ଦଳର ଖେଳାଳି ଦଳରେ ଯୋଗ ଦେଇଛନ୍ତି। ଭାରତୀୟ ଘରୋଇ କ୍ରିକେଟର ସଂଗରୋଧ ପରେ ଶିବିରରେ ଯୋଗ ଦେଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ଖେଳୁଥିବା ଭାରତୀୟ ଖେଳାଳି ଜୈବ ନିରାପତ୍ତା ବଳୟରେ ଥିବାରୁ ସେମାନଙ୍କୁ ଆଉ ସଂଗରୋଧରେ ରହିବାକୁ ପଡ଼ିନାହିଁ। କେବଳ ଆର୍‌ସିବି ଅଧିନାୟକ ବିରାଟ କୋହଲିଙ୍କୁ ଛାଡ଼ି ଦିନିକିଆ ଦଳ​‌େ​‌ର ଥିବା ସମସ୍ତ ଖେଳାଳି ସିଧା ସେମାନଙ୍କ ଫ୍ରାଞ୍ଚାଇଜିର ଜୈବ ନିରାପତ୍ତା ବଳୟରେ ପ୍ରବେଶକରି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଘରକୁ ଚାଲି ଯାଇଥିବା କୋହଲି ସେଠାରେ ସଂଗରୋଧ​‌େ​‌ର ରହି ଗୁରୁବାର ଦଳ ସହ ଯୋଗଦେବେ।
ଚେନ୍ନଇରେ ଆର୍‌ସିବିର ଅଭ୍ୟାସ ଶିବିରକୁ ମୁଖ୍ୟ ପ୍ରଶିକ୍ଷକ ସାଇମନ୍ କାଟିସ୍ ଓ କ୍ରିକେଟ୍‌ ନିର୍ଦେଶକ ମାଇକ୍ ହେସନ୍ ପରିଚାଳନା କରୁଛନ୍ତି। ଏମାନଙ୍କୁ ସହାୟତା ଦେଉଛନ୍ତି ସଞ୍ଜୟ ବାଙ୍ଗର, ଏସ୍. ଶ୍ରୀରାମ, ଆଡାମ୍ ଗ୍ରିଫିଥ୍, ଶଙ୍କର ବାସୁ ଓ ଏମ୍. ରଙ୍ଗରାଜନ୍। ମଙ୍ଗଳବାର ଆର୍‌ସିବିର ୧୧ ଜଣ ଖେଳାଳି ଅଭ୍ୟାସ ଶିବିରରେ ଯୋଗ ଦେଇଛନ୍ତି। ଗତବର୍ଷର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସର ଶିବିର ମଧ୍ୟ ମଙ୍ଗଳବାର ଚେନ୍ନଇରେ ଆରମ୍ଭ ହୋଇଛି। ଯଶପ୍ରୀତ ବୁମ୍‌ରାଙ୍କୁ ଛାଡ଼ି ମୁମ୍ବଇ ଇଣ୍ଡିଆନ୍‌ସର ପ୍ରମୁଖ ଖେଳାଳି ଏଥିରେ ଯୋଗ ଦେଇଛନ୍ତି। ଭାରତ ପାଇଁ ଖେଳୁଥିବା ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା, ହାର୍ଦିକ ପାଣ୍ଡ୍ୟାଙ୍କ ସହ ଜୟନ୍ତ ଯାଦବ, ଅର୍ଜୁନ ତେନ୍ଦୁଲକର, କ୍ରିସ୍ ଲିନ୍ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଭାରତ-ଇଂଲଣ୍ଡ ଟ୍ବେଣ୍ଟି୨୦ ସିରିଜ୍‌ ପରେ ଈଶାନ୍ କିଷନ୍ ମୁମ୍ବଇ ଇଣ୍ଡିଆନ୍‌ସ ଶିବିରରେ ଯୋଗ ଦେଇଥିଲେ। ବିବାହ ପାଇଁ ଭାରତୀୟ ଦଳରେ ଛୁଟି ନେଇଥିବା ଯଶପ୍ରୀତ ବୁମ୍‌ରା ଚେନ୍ନଇରେ ପହଞ୍ଚି ଦଳ ରହୁଥିବା ହୋଟେଲରେ ସଂଗରୋଧରେ ରହି ରୁମ୍‌ ମଧ୍ୟରେ ଅଭ୍ୟାସ କରୁଛନ୍ତି। ଖୁବ୍‌ ଶୀଘ୍ର ସେ ଦଳର ସାଥୀ ଖେଳାଳିଙ୍କ ସହ ଅଭ୍ୟାସ ଆରମ୍ଭ କରିବେ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories