www.samajalive.in
Wednesday, December 10, 2025
15.1 C
Bhubaneswar

କୃଷି ଆଇନ : ରିପୋର୍ଟ ଦାଖଲ କଲା ସୁପ୍ରିମକୋର୍ଟ କମିଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ବୁଧବାର ଏହାର ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଛି। କମିଟି ଆଇନର ତର୍ଜମା କରିବା ସହ ରିପୋର୍ଟ ପ୍ରସ୍ତୁତ ପୂର୍ବରୁ ପ୍ରାୟ ୮୫ଟି କୃଷକ ସଂଗଠନ ସହ ୧୨ଦଫା ଆଲୋଚନା କରିଥିବା ସୂଚନା ମିଳିଛି। ମାର୍ଚ୍ଚ ୧୯ରେ ରିପୋର୍ଟ ଚୂଡ଼ାନତ ହେବା ପୂର୍ବରୁ କମିଟି ମୋଟ ୯ଥର ଅାଭ୍ୟନ୍ତରୀଣ ବୈଠକ କରିଛନ୍ତି। ଆସନ୍ତା ଏପ୍ରିଲ ୫ରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରିବେ। ସେ ପର୍ଯ୍ୟନ୍ତ ରିପୋର୍ଟକୁ ଗୋପନୀୟ ରଖାଯିବ। ସୂଚନାଯୋଗ୍ୟ ଯେ ଜାନୁଆରୀ ୧୧ରେ ସୁପ୍ରିମକୋର୍ଟ ନୂଆ କୃଷି ଆଇନର କାର୍ଯ୍ୟକାରିତାକୁ ଦୁଇ ମାସ ପାଇଁ ସ୍ଥଗିତ ରଖିବା ସହ ଏହାର ତର୍ଜମା କରିବା ଓ ଏଥିସହିତ ଜଡ଼ିତ ସବୁପକ୍ଷଙ୍କ ସହ ଆଲୋଚନା ପାଇଁ ଏହି ୪ଜଣିଆ କମିଟି ଗଠନ କରିଥିଲେ। କମିଟିରେ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଅନୀଲ ଘନୱଟ ଓ ପ୍ରମୋଦ କୁମାର ଯୋଶୀ ସଦସ୍ୟ ଅଛନ୍ତି। କମିଟିରୁ ଭୂପିନ୍ଦର ସିଂହ ମାନ୍‌ ଓହରି ଯାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories