www.samajalive.in
Monday, December 8, 2025
14.1 C
Bhubaneswar

ଆଜି ବସିବ ଆଇପିଏଲ ପରିଚାଳନା ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ଆଇପିଏଲ ପରିଚାଳନା ପରିଷଦ ବୈଠକ । ଏହି ବୈଠକ ଉପରେ ସମସ୍ତ ୮ଟି ଟିମର ନଜର ରହିଛି । କାରଣ ଏହି ବୈଠକର ନିଷ୍ପତ୍ତି ଅନୁସାରେ ୟୁଏଇ ଗସ୍ତର ଯୋଜନା କରିବେ ଟିମ । କୋଭିଡ-୧୯ କାରଣରୁ ଚଳିତ ସିଜନର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜନ ହେବ । ଆଇପିଏଲର ଚ୍ୟାୟରମ୍ୟାନ ବୃଜେଶ ପଟେଲ କହିଛନ୍ତି ଯେ, ଏହି ବୈଠକରେ ଲିଗ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ ।

ଖାସ୍‌ କରି ଫ୍ରାଞ୍ଚାଇଜ୍‌ଙ୍କ ନଜର ମୁଖ୍ୟତଃ ୪ଟି ପ୍ରସଙ୍ଗ ଉପରେ ରହିବ । ଯେପରି ଟୁର୍ଣ୍ଣାମେଣ୍ଟକୁ ନେଇ ଅଧିକାରୀଙ୍କ ସୂଚନା, କୋରୋନାକୁ ନେଇ ଲାଗୁ ହେବାକୁ ଥିବା ଏସଓପି, ବିଦେଶୀ ଖେଳାଳିଙ୍କ ଉପସ୍ଥିତି ଓ ଖେଳାଳିଙ୍କ ସହ ପରିବାର ସଦସ୍ୟ ଗସ୍ତ କରିବେ କି ନାହିଁ ।ଫ୍ରାଞ୍ଚାଇଜ୍‌ର ଏକ ଅଧିକାରୀ କହିଛନ୍ତି ଯେ, ଆମେ ଟୁର୍ଣ୍ଣାମେଣ୍ଟର ଅନ୍ତିମ ନିଷ୍ପତ୍ତିର ଅପେକ୍ଷା କରିଛୁ । ଏହା ପରେ ଭିସା ଆବେଦନ କରିବୁ । ତେବେ ଦେଖିବାକୁ ରହିଲା ଏହି ସମୟରେ କେଉଁ ବିଭାଗରେ ଭିସା ମିଳିବ । ଏହି ସମ୍ବନ୍ଧରେ ବିସିସିଆଇର ମାଗଦର୍ଶନ ଦରକାର ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories