www.samajalive.in
Saturday, December 13, 2025
26.1 C
Bhubaneswar

ଅଧା ହେଲା ଆଇପିଏଲ୍ ପୁରସ୍କାର ରାଶି

ମୁମ୍ବଇ  : ଆର୍ଥିକ ମାନ୍ଦାବସ୍ଥାର କୁପ୍ରଭାବ ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଉପରେ ପଡ଼ିଛି। ଆଇପିଏଲ୍‌ରେ ବିଭିନ୍ନ ଦଳକୁ ମିଳୁଥିବା ପୁରସ୍କାର ରାଶିକୁ ଅଧା କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ସଂସ୍ଥା ଭାବେ ଜଣାଶୁଣା ବିସିସିଆଇ ତରଫରୁ ଚଳିତଥର ଠାରୁ ଆଇପିଏଲ୍‌ରେ ଖର୍ଚ୍ଚକାଟ୍ ଆରମ୍ଭ କରାଯାଇଛି।

ପୂର୍ବରୁ ଆଇପିଏଲ୍‌ ଉଦ୍‌ଘାଟନ ସମୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଚଳିତବର୍ଷ ଠାରୁ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ପୁରସ୍କାର ରାଶିକୁ ମଧ୍ୟ ଅଧା କମାଇ ଦିଆଯାଇଛି। ୨୦୧୯ ଆଇପିଏଲ୍‌ ଚମ୍ପିଆନ୍‌ ଦଳ ପୁରସ୍କାର ବାବଦକୁ ୨୦ କୋଟି ଟଙ୍କା ପାଇଥିବା ବେଳେ ଚଳିତଥର ଯେଉଁ ଦଳ ଚମ୍ପିଆନ୍‌ ହେବ ସେହି ଦଳ ପୁରସ୍କାର ବାବଦକୁ ୧୦ କୋଟି ଟଙ୍କା ପାଇବ। ସେହିପରି ଗତବର୍ଷ ଆଇପିଏଲ୍‌ର ରନର୍ସଅପ୍‌ ଦଳ ପୁରସ୍କାର ରାଶି ବାବଦକୁ ୧୨.୫ କୋଟି ଟଙ୍କା ପାଇଥିବା ବେଳେ ଚଳିତଥର ଏହାକୁ ୬.୨୫ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଗତଥର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳ ପୁରସ୍କାର ରାଶି ବାବଦକୁ ୮.୭୫ କୋଟି ଟଙ୍କା ଲେଖାଏଁ ପାଇଥିବା ବେଳେ ଚଳିତଥର ୪.୩୭୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ବାବଦକୁ ପାଇବେ।

- Advertisement -

ଆଇପିଏଲ୍‌ର ପୁରସ୍କାର ରାଶି କମ୍‌ କରାଯିବା ସଂପର୍କରେ ୮ଟି ଫ୍ରାଞ୍ଚାଇଜ୍‌ ଦଳର ମ୍ୟାନେଜମେଣ୍ଟକୁ ଜଣାଇ ଦିଆଯାଇଥିବା ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ତେବେ ପୁରସ୍କାର ରାଶି କମାଇ ଦେବାକୁ ନେଇ ଅତିକମ୍‌ରେ ୪ଟି ଫ୍ରାଞ୍ଚାଇଜ୍‌ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏ ସଂପର୍କରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ପଦାଧିକାରୀଙ୍କ ସହ ଆଲୋଚନା କରିବାକୁ ଦୁଇଟି ଫ୍ରାଞ୍ଚାଇଜ୍‌ ତରଫରୁ ଯୋଜନା କରାଯାଉଥିବା ଜଣାପଡ଼ିଛି।

ପୁରସ୍କାର ରାଶିକୁ ଅଧା କରାଯିବା ବ୍ୟତୀତ ବିସିସିଆଇ ତରଫରୁ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ଆଇପିଏଲ୍‌ର ମ୍ୟାଚ୍‌ ଯେଉଁ ଷ୍ଟାଡିୟମରେ ଖେଳାଯାଉଥିଲଶ ଫ୍ରାଞ୍ଚାଇଜ୍‌ଙ୍କ ତରଫରୁ ସେହି ରାଜ୍ୟର କ୍ରିକେଟ୍‌ ସଂଘକୁ ପ୍ରତି ମ୍ୟାଚ୍‌ ବାବଦକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏହାକୁ ୫୦ ଲକ୍ଷ ଟଙ୍କା କରି ଦେଇଛି ବିସିସିଆଇ। ବିଭିନ୍ନ ଫ୍ରାଞ୍ଚାଇଜ୍‌ ଓ ବିସିସିଆଇ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଗୋଟିଏ ଷ୍ଟାଡ଼ିୟମରେ ମ୍ୟାଚ୍‌ ଆୟୋଜନ ପାଇଁ ଫ୍ରାଞ୍ଚାଇଜ୍‌ ସେହି ରାଜ୍ୟର କ୍ରିକେଟ୍‌ ସଂଘକୁ ଯେତେକି ପରିମାଣର ଅର୍ଥ ଦେବ ସମପରିମାଣ ଅର୍ଥ ବିସିସିଆଇ ମଧ୍ୟ ରାଜ୍ୟ ସଂଘକୁ ପ୍ରଦାନ କରିବ। ପ୍ରତି ମ୍ୟାଚ୍‌ ପିଛା ଫ୍ରାଞ୍ଚାଇଜ୍‌ମାନେ ରାଜ୍ୟ କ୍ରିକେଟ୍‌ ସଂଘକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ବିସିସିଆଇ ମଧ୍ୟ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବ। ତେଣୁ ପ୍ରତି ମ୍ୟାଚ୍‌ ପିଛା ରାଜ୍ୟ କ୍ରିକେଟ୍‌ ସଂଘ ଏଣିକି ଏକ କୋଟି ଟଙ୍କା ପାଇବ।

ସେହିପରି ଚଳିତବର୍ଷ ଠାରୁ ନୋ-ବଲ୍‌ ସଂପର୍କରେ ଟିଭି ଅମ୍ପାୟାର ନିଷ୍ପତ୍ତି ନେବେ। ଫଳରେ ନୋ ବଲ୍‌ କ୍ଷେତ୍ରରେ ସ୍ବଚ୍ଛତା ଆସିପାରିବ ବୋଲି ଆଶା କରାଯାଉଛି। ଖର୍ଚ୍ଚକାଟ୍‌ ପାଇଁ ବିସିସିଆଇ ଆଉ କେତେକ ନିଷ୍ପତ୍ତି ନେଇଛି। ପୂର୍ବରୁ ବିସିସିଆଇର କୌଣସି ବରିଷ୍ଠ କର୍ମଚାରୀ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଉଥିବା ଷ୍ଟାଡ଼ିୟମକୁ ବିମାନ ଯୋଗେ ଯାତ୍ରା କରିବା ସମୟରେ ଯଦି ୩ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା ତେବେ ତାଙ୍କୁ ବିଜନେସ୍‌ କ୍ଲାସ୍‌ ଟିକଟ୍‌ ମିଳୁଥିଲା। ତେବେ ଚଳିତ ସିଜିନ୍‌ରେ ବିମାନ ଯାତ୍ରାର ସମୟ ୮ ଘଣ୍ଟାରୁ କମ୍‌ ହେଲେ ୨/୩ଜଣ ବରିଷ୍ଠତମ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ କର୍ମଚାରୀଙ୍କୁ ଇକୋନୋମି କ୍ଲାସ୍‌ ଟିକଟ୍‌ ଦିଆଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories