www.samajalive.in
Saturday, December 13, 2025
21.1 C
Bhubaneswar

ଆଇପିଏଲ-୨୦୨୦ : ଧୋନିଙ୍କ ଆହ୍ବାନ ପାଇଁ ଶ୍ରେୟସ ପ୍ରସ୍ତୁତ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ସପ୍ତମ ମୁକାବିଲାରେ ଶୁକ୍ରବାର ଦୁବାଇର ଡିଏସସି ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗସ୍‌ ମୁହଁାମୁହିଁ ହେବେ। ଦିଲ୍ଲୀ କ୍ୟାପିଟାଲ୍‌ସ ଦ୍ବିତୀୟ ମ୍ୟାଚ ଖେଳିବାବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ପାଇଁ ଏହା ତୃତୀୟ ମ୍ୟାଚ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନଇ ସୁପରକିଙ୍ଗସ୍‌ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ଚେନ୍ନଇ ୫ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ବ୍ୟାଟିଂରେ ଫ୍ଲାପ୍‌ ଡୁପ୍ଲେସିସ୍ ଓ ଅମ୍ବାତି ରାଇଡୁ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ବୋଲିଂରେ ପିୟୁଷ ଚାୱାଲା, ରବୀନ୍ଦ୍ର ଜାଡେଜା ଓ ଲୁଙ୍ଗି ଏନଗିଡ଼ି ପ୍ରମୁଖ ଭଲ ପ୍ରଦର୍ଶନ କରିଥିଲେ। ଦ୍ବିତୀୟ ମ୍ୟାଚରେ ଦଳ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିଲା। ବୋଲିଂ ବିଭାଗରେ ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପିୟୁଷ ଓ ଏନଗିଡ଼ି ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ବ୍ୟାଟିଂରେ ଓପନର ମୂରଲୀ ବିଜୟ ଓ ସେନ୍ ୱାଟ୍‌ସନ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିପାରିନଥିଲେ। ଦକ୍ଷିଣଆଫ୍ରିକା ବ୍ୟାଟ୍ସମ୍ୟାନ ଡୁପ୍ଲେସିସ ଚମତ୍କାର ଫର୍ମରେ ରହି ଦ୍ବିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। କେଦାର ଯାଦବ ଓ ସାମ୍‌ କରନ ଏପର୍ଯ୍ୟନ୍ତ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ସେହିପରି ପ୍ରଥମ ମ୍ୟାଚରେ ଆହତ କାରଣରୁ ଦ୍ବିତୀୟ ମ୍ୟାଚ ଖେଳିପାରିନଥିବା ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଖେଳିଥିବା ଋତୁରାଜ ଗାଏକ୍‌ୱାର୍ଡ ପ୍ରଥମ ମ୍ୟାଚରେ ମାତ୍ର ଗୋଟିଏ ବଲ ଖେଳି ଆଉଟ୍‌ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚରେ ରାୟୁଡୁ ଖେଳିବାର ସମ୍ଭାବନା ନଥିବାରୁ ଋତୁରାଜଙ୍କୁ ଆଉ ଏକ ସୁଯୋଗ ଦେଇପାରେ ଚେନ୍ନଇ ସୁପରକିଙ୍ଗସ୍। ସେହିପରି ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ମ୍ୟାଚରେ ସୁପରଓଭରରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ପରାସ୍ତ କରି ଚମତ୍କାର ବିଜୟ ହାସଲ କରିଥିଲା। ଦଳ ବ୍ୟାଟିଂରେ କେବଳ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମାର୍କୋସ ଷ୍ଟୋଇନିସ୍‌ , ଋଷଭ ପନ୍ତ, ଅଧିନାୟକ ଶ୍ରେୟସଙ୍କୁ ବାଦ ଦେଲେ ଅନ୍ୟ କୌଣସି ଖେଳାଳି ସଫଳ ହୋଇନଥିଲେ। ଓପନର ପୃଥ୍ବୀ ସ, ଶିଖର ଧାୱନ, ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ ସିମରନ ହେତମେୟାର ବିଫଳ ହୋଇଥିଲେ। ଦ୍ବିତୀୟ ମ୍ୟାଚରେ ଦଳ ଏମାନଙ୍କ ଠାରୁ ଭଲ ରନ୍ ଆଶା ରଖିଛି। ବୋଲିଂରେ ଆର. ଅଶ୍ବିନଙ୍କୁ ଛାଡ଼ିଲେ ଅନ୍ୟ କେହି ସେଭଳି ସଫଳତା ହାସଲ କରିପାରିନଥିଲେ। ରାବଡା, ମୋହିତ ଶର୍ମା ପ୍ରମୁଖ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷରେ ଚେନ୍ନଇ ସୁପରକିଙ୍ଗ୍‌ସ ଫେଭରିଟ୍‌ ମନେ କରାଯାଉଛି। ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଯୁବ ଅଧିନାୟକ ଶ୍ରେୟସ ଆୟାରଙ୍କ ଭିତରେ ଏହ​‌ି ଲଢେଇ ଆଇପିଏଲର ଅନ୍ୟତମ ଆକର୍ଷଣ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନଙ୍କ ପକ୍ଷରୁ ଆଲୋଚନା କରାଯାଉଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories