ଚେନ୍ନଇ : କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ )-୨୦୧୯ ଶନିବାରଠାରୁ ଆରମ୍ଭ ହେଉଛି। ଚେନ୍ନାଇରେ ପ୍ରଥମ ମ୍ୟାଚରେ ଗତଥରର ଚମ୍ପିୟାନ ଚେନ୍ନଇ ସୁପର୍ କିଙ୍ଗସ ବାଙ୍ଗାଲୋରକୁ ଭେଟିବ। ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍ର ଦୁଇ ମହାନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ଚେନ୍ନାଇ ଓ ବାଙ୍ଗାଲୋର ଦଳର ନେତୃତ୍ୱ ନେଉଥିବା ବେଳେ କ୍ରିକେଟ ପ୍ରେମୀ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି। ତେବେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଏପର୍ଯ୍ୟନ୍ତ ଥରଟିଏ ମଧ୍ୟ ଆଇପିଏଲ୍ ଟ୍ରଫି ହାସଲ କରିନଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗ୍ର୍ସ ଚତୁର୍ଥଥର ପାଇଁ ଟ୍ରଫି ଜିତିବା ପାଇଁ ଆଶା ରଖିଛି।
ଆଜିଠାରୁ ଆଇପିଏଲ୍ -୨୦୧୯, ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମୁକାବିଲା
Popular Categories



