ଭୁବନେଶ୍ୱର : ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ଜୋରଦାର ହେବାରେ ଲାଗିଛି। ବିଜେପି ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ୱ ନେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମର ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇ ସେ ତାଙ୍କ ସମର୍ଥନ ଆଶା କରିଛନ୍ତି। ଆସନ୍ତା ୨୨ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଜେପି ବିରୋଧୀ ବିଭିନ୍ନ ଦଳର ବୈଠକକୁ ସେ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି। ମୋଦୀ ବିରୋଧୀ ମେଣ୍ଟରେ ସାମିଲ ହେବାକୁ ସେ ନବୀନଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ସହ ବିଜେପିକୁ ବିରୋଧ କରୁଥିବା ନବୀନଙ୍କୁ ଶ୍ରୀ ନାଇଡୁ ବିଜେପି ବିରୋଧୀ ମେଣ୍ଟରେ ସାମିଲ କରିବା ପ୍ରୟାସ କରିଛନ୍ତି।
Popular Categories



