www.samajalive.in
Sunday, December 7, 2025
16.1 C
Bhubaneswar

ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ରେଙ୍ଗାଲିକେମ୍ପ: ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଆଜି ଦିନଟି ଅନ୍ତର୍ଜାତୀୟ ସ୍ତରରେ ମହିଳା ଦିବସ ରୂପେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଳୁଣ୍ଡା ପଞ୍ଚାୟତ ବାବେବିରା କେନାଲ ନିକଟସ୍ଥ ଖେଳ ପଡିଆଠାରେ ୪୫ଟି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ବ୍ୟାଙ୍କ ଅଫ ବରୋଦା ଅତାବିରା ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଶାଖା ପ୍ରବନ୍ଧକ ଅର୍ଧେନ୍ଧୁ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ ବରୋଦାର ରିଜିଓନାଲ ମ୍ୟାନେଜର ସମ୍ବଲପୁର ଆର୍ଯ୍ୟ ପ୍ରକାଶ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ୧୬ଟି ଜିଲ୍ଲାର ଏସ୍ଏଚଜି ଓ ଏଗ୍ରିକଲଚର ଇନଚାର୍ଜ ପୁରନ୍ଦର ମେହେର, ଆର୍ବିଡିଏମ୍ ମାନସ ରଞ୍ଜନ ପାଢ଼ୀ, ମିଶନ ଶକ୍ତି ଓଁକାର ପଣ୍ଡା, ବ୍ଲକ ବିପିଏମ୍ ଇନ୍ଦ୍ରମଣି କୁମ୍ଭାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚ ଅଳଙ୍କୃତ କରିଥିଲେ। ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ବ୍ୟାଙ୍କ ଅଫ ବରୋଦାର ପ୍ରତିଷ୍ଠାତା ସୟାଯୀ ରାଓ ଗାୟିକୱାଡଙ୍କ ଫଟୋ ଚିତ୍ରରେ ଦ୍ୱୀପ ପ୍ରଜ୍ଵଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ମା ଏସଏଚଜି ଗ୍ରୁପ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ସଭା ଆରମ୍ଭ ହୋଇଥିଲା।

ପ୍ରବନ୍ଧକ ଶ୍ରୀ ସେନାପତି ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଦିବସରେ ଆଜିକାଲି ସରକାରୀ ବେସରକାରୀ ସ୍ତରରେ ମହିଳା ସଶକ୍ତିକରଣ, ମହିଳା ବିକାଶ, ମହିଳା କଲ୍ୟାଣ ଭଳି ଯେଉଁସବୁ ଯୋଜନା ପ୍ରଣୟନ ହେଉଛି ତାର ବାସ୍ତବ ରୂପାୟନ ମହିଳା ବିକାଶ ସୂତ୍ରଧର ହେଇପାରିବ ହେଲେ ଆନ୍ତରିକ ଉଦ୍ୟମ ଲୋଡ଼ା। ନାରୀର ସାମଗ୍ରିକ ବିକାଶ ରେ ପରିବାର ରାଜ୍ୟ,ଦେଶ ତଥା ବିଶ୍ୱର ବିକାଶ ଅଙ୍ଗା ଅଙ୍ଗୀ ଭାବେ ଜଡ଼ିତ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଏଥିରେ ଅତାବିରା ବ୍ଲକରେ ୨୬ଟି ଶାଖା ରହିଥିବା ବେଳେ ଆଜି ଦିନରେ ୧୦ଟି ନୂତନ ଭାବେ ଏସ୍ ଏଚ ଜି ଗ୍ରୁପ କୁ ସାମର୍ଥ୍ୟ ରାଶି ପ୍ରଦାନ କରାଯାଇଛି। ସମ୍ପୂର୍ଣ୍ଣ ୪୫ଟି ଏସ୍ଏଚଜି ଗ୍ରୁପକୁ ଚଳିତ ବର୍ଷର ଦୁଇ ମାସ ମଧ୍ୟରେ ୬୮ଲକ୍ଷ ଋଣ ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୩ଟି ଗ୍ରୁପକୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଅତାବିରା ନାରାୟଣୀ, ଭୈରୁପାଲି ଆଦିଶକ୍ତି, ଶୁଭଶକ୍ତି, ମାଁ ଲକ୍ଷ୍ମୀ, ତୁଳସୀ, ବୁଗବୁଗାର ସନ୍ତୋଷୀ, ସିଂହ ପାଳିର ଜୟ ମାଁ ସନ୍ତୋଷୀ, ଛନ୍ଦ ପାଲିର ତ୍ରିଲୋଚନ, ଟାଙ୍ଗର ପାଲିର ଶୁଭଲକ୍ଷ୍ମୀ, କୁଳୁଣ୍ଡା ଧନଲକ୍ଷ୍ମୀ ଓ ମାହେଶ୍ୱରୀ, ମନାପଡାର ଶ୍ରୀୟା, ଗରିଆ ଟିକ୍ରାର ଗାୟତ୍ରୀ, ବରାହ ମୁଣ୍ଡାର ଗଣପତି ଓ ରେଙ୍ଗାଲି ପାଲିର ଶାରଦା ପ୍ରମୁଖଙ୍କୁ ନୂତନ ଭାବେ ଋଣ ପ୍ରଦାନ କରାଯାଇଥିଲା। ପରିଶେଷରେ ବ୍ୟାଙ୍କ ପକ୍ଷରୁ ପ୍ରତ୍ୟେକ ମାସ ଗ୍ରୁପମାନଙ୍କ ମଧ୍ୟରେ ସଭା, ପାସ ବୁକ ଠିକ ରଖିବା, ଋଣ ନେଣଦେଣ ଠିକ ରଖିବା ହେଲେ ମହିଳା ମାନଙ୍କର ଲକ୍ଷ୍ୟ ଓ ବ୍ୟବସାୟ ଆଗକୁ ବଢିବ ବୋଲି କହିବା ସହ ବ୍ଲକ ବିପିଏମ୍ ଇନ୍ଦ୍ରମଣି କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories