www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ତର୍ଜାତୀୟ ମହିଳା ଦିବସ ଏବଂ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ

ବେଗୁନିଆ : ବେଗୁନିଆ ଥାନା ନିକଟରେ ଥିବା ଓମ୍ ଶାନ୍ତି ଆଶ୍ରମ ପରିସରରେ ଉଇମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର(ୱସ୍ବ) ତରଫରୁ ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନା ଦାସଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଗୁନିଆ ଶାଖା ତରଫରୁ ଶାଖା ସଂଚାଳିକକ୍ଷ ପ୍ରଭାତୀ ଭଉଣୀଙ୍କ ଆବାହକତ୍ୱରେ ୮୫ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ରକୁମାର ସାହୁମୁଖ୍ୟ ଅତିଥି, ୱସ୍ବ ର ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନା ଦାସ, ଓମ୍ ଶାନ୍ତି ଅନୁଷ୍ଠାର ଡାକ୍ତର ସୁଶାନ୍ତ ଭାଇ, ଭୁବନେଶ୍ୱର ସଂଚାଳିକକ୍ଷ ଗୀତା ଭଉଣୀ ଏବଂ ସାମ୍ବାଦିକ ବିବେକାନନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ୱସ୍ବ ର ସାଧାରଣ ସମ୍ପାଦିକା ବିଧାୟକ ଏବଂ ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ସହିତ ଓମ ଶାନ୍ତି ଅନୁଷ୍ଠାନର ଉପସ୍ଥିତ ଅତିଥୀଙ୍କ ସହିତ ବେଗୁନିଆ ସଂଚାଳିକକ୍ଷପ୍ରଭାତୀ ଭଉଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଓମ ଶାନ୍ତି ତରଫରୁ ବିଧାୟକଙ୍କ ସହିତ ଶ୍ରୀମତୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କେକ୍‌ କଟାଯାଇଥିଲା। ବିଧାୟକଙ୍କ ଦ୍ୱାରା ଝଣ୍ଡା ଉତ୍ତୋଳନ କରାଯାଇଥିଲା । ଉପସ୍ଥିତ ବ୍ୟକ୍ତିମାନେ ଶପଥ ଗ୍ରହଣ କରିଥିଲେ । ଗୀତା ଭଉଣୀ ଏବଂ ଡାକ୍ତର ସୁଶାନ୍ତ ଭାଇ ଲୋକମାନଙ୍କୁ ଠାକୁରଙ୍କର ଅନେକ ଶିକ୍ଷଣୀୟ କଥା ଉପରେ ଆଲୋକପାତ କରିଥିଲେ । ସେହିପରି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଉପସ୍ଥିତ ଅତିଥିମାନେ ନାରୀ ହେଉଛି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା । ନିଜ ପରିବାର ଓ ସମାଜର ରକ୍ଷା ପାଇଁ ନାରୀ ବିଭିନ୍ନ ରୂପ ଧାରଣ କରିବା ଇତିହାସରେ ନଜିର ରହିଛି । କିନ୍ତୁ ଆଜି ଦିନରେ ମହିଳାମାନେ ଆଉ ଅବଳକ୍ଷ ଦୁର୍ବଳ ହୋଇ ନାହାନ୍ତି । ସେମାନେ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବା ଶିଖିଲେଣି। ରାଜନୀତି ଠାରୁ ଆରମ୍ଭ କରି ପ୍ରଶାସନ ପର୍ୟ୍ୟନ୍ତ ସବୁଠାରେ ମହିଳାଙ୍କ ସମ୍ପୃକ୍ତି ରହିଛି । ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ରାଜ୍ୟ ସରକାର ମିଶନଶକ୍ତି ବିଭାଗ ଗଠନ କରିଛନ୍ତି । ମହିଳା ଶସକ୍ତିକରଣଯୋଜନା ଆଜି ଗାଁ ଗହଳର ମହିଳାଙ୍କୁ ନୂଆଶକ୍ତି ଯୋଗାଇଛି । ମହିଳାମାନେ ଯେଭଳି ଆହୁରି ଆଗକୁ ଯାଇ ସମାଜ ଗଠନରେ ଅଧିକ ସକ୍ରିୟ ହେବେ ସେ ଦିଗରେ ସମସ୍ତେ କାର୍ୟ୍ୟ କରିବା ଆବଶ୍ୟକ ଏବଂ ଏ କ୍ଷେତ୍ରରେ ରାଜନୈତିକ ଇଛାଶକ୍ତି, ବେସରକାରୀ ସଂଗଠନର ସଚେତନତା ସହିତ ପ୍ରଜାପିତା ବ୍ରହ୍ମକ୍ଷକୁମାରି ଭଳି ସଂସ୍ଥାର ଆଧ୍ୟାତ୍ମିକ ମାର୍ଗ ଦର୍ଶନ ବି ଜରୁରୀ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ । ତେଣୁ ସମସ୍ତେ ମହିଳାଙ୍କର ଉନ୍ନତି ପାଇଁ ଆମେ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି କହିଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories