www.samajalive.in
Saturday, December 6, 2025
23.1 C
Bhubaneswar

ଅନ୍ତର୍ଜାତୀୟ ନୃତ୍ୟ ଦିବସ

ସାରା ବିଶ୍ବରେ ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି । ଆଧୁନିକ ବାଲେ ନୃତ୍ୟର ସ୍ରଷ୍ଟା ଜିନ୍ ଜର୍ଜେସ୍ ନୋଭେରଙ୍କ ଜନ୍ମ ଦିନ। ୧୭୨୭ ଏପ୍ରିଲ ୨୯ରେ ଜିନ୍ ଜର୍ଜେସ୍ ନୋଭେର ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଫ୍ରାନ୍ସରେ ତାଙ୍କ ଜନ୍ମଦିନକୁ ନୃତ୍ୟ ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ନିଆଯାଇଥିଲା । ୧୯୮୨ରେ ୟୁନେସ୍କୋ ଆନୁକୂଲ୍ୟରେ ଏପ୍ରିଲ ୨୯ତାରିଖକୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ସେବେଠାରୁ ବିଶ୍ବସ୍ତରରେ ଏପ୍ରିଲ ୨୯ତାରିଖକୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଭାବେ ପାଳନ କରାଯାଉଛି।

ଏହି ନୃତ୍ୟର ଇତିହାସ ବହୁତ ପୁରୁଣା। ତା’ର ପ୍ରମାଣ ଆଫ୍ରିକାର ସାନ୍‌‌ସମାନ୍‌ରେ ଥିବା ଦଶ ହଜାର ବର୍ଷ ପୁରାତନ ଗୁମ୍ଫାରେ ଦେଖିବାକୁ ମିଳିଛି। ଗୁମ୍ଫାର ଚଟାଣରେ ନର୍ତ୍ତକ-ନର୍ତ୍ତକୀଙ୍କର ଛବି ଅଛି। ବିଶେଷଜ୍ଞ ଦଳ କହିଛନ୍ତି, ବିଶ୍ବର ଅନ୍ୟ ପ୍ରାନ୍ତରେ ଥିବା ପୁରୁଣା ଅଟ୍ଟାଳିକାରେ ମଧ୍ୟ ନର୍ତ୍ତକୀଙ୍କ ଅଙ୍କା ଛବି ଦେଖିବାକୁ ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories