www.samajalive.in
Sunday, December 14, 2025
26.1 C
Bhubaneswar

ଦକ୍ଷିଣ ଚୀନ ସାଗରରେ ଚୀନ ବିସ୍ତାରବାଦୀ ନୀତି ଆପଣାଇଛି : ଆମେରିକା

ବିବାଦୀୟ ଦକ୍ଷିଣ ଚୀନ ସାଗରରେ ଚୀନ ସେନା ବିସ୍ତାରବାଦୀ ନୀତି ଆପଣାଇଛି ବୋଲି ସିଙ୍ଗାପୁରରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ମିଳନୀରେ କହିଛନ୍ତିି ଆମେରିକାର ରକ୍ଷାମନ୍ତ୍ରୀ ଜେମସ ମ୍ୟାଟିସ। ଦକ୍ଷିଣ ଚୀନ ସାଗରରେ ଚୀନ କୃତିମ ଦ୍ୱୀପ ନିର୍ମାଣ କରିବା ସହ ବୋମା ବର୍ଷଣକାରୀ ବିମାନ ମୁତୟନ କରିଛି। ସେହିପରି ନିକଟରେ ଚୀନ ଯୁଦ୍ଧ ବୁଡ଼ା ଜାହାଜ ସହ ଭୂପୃଷ୍ଠରୁ ଆକାଶ ଓ ଆକାଶରୁ ଅକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ମୁତୟନ କରିଛି। ଏହାସହ ଇଲେକଟ୍ରୋନିକ ଜ୍ୟାମର ଭଳି ଅନେକ ଯନ୍ତ୍ର ଦ୍ୱୀପ ଏବଂ ଜାହାଜ ଖଞ୍ଜିଛି। ଚୀନର ଏଭଳି ଆଭିମୁଖ୍ୟକୁ ଜେମସ୍‍ ମ୍ୟାଟିସ୍‍ ଦାଦାଗିରି ବା ବିସ୍ତାରବାଦୀ ନୀତି ବୋଲି କହିଛନ୍ତି। ଚୀନର ଏଭଳି ନୀତିକୁ ଆମେରିକା ଦୃଢ ବିରୋଧ କରୁଛି ଓ ଏହାର ମୁକାବିଲା କରାଯିବ ବୋଲି ମ୍ୟାଟିସ୍‍ କହିଛନ୍ତି। ଏହି ଅବସରରେ ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମ୍ୟାଟିସ୍‍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ଏହି ବୈଠକରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories