www.samajalive.in
Monday, December 8, 2025
13.1 C
Bhubaneswar

ଅନ୍ୟର ସମ୍ପତ୍ତି ଉପରେ କୁଦୃଷ୍ଟି ପକାନ୍ତୁ ନାହିଁ

ପୁରାତନ ଲୋକକଥା ଅନୁଯାୟୀ, ଥରେ ଜଣେ ସନ୍ଥ ଗୋଟିଏ ଗ୍ରାମରୁ ଅନ୍ୟ ଏକ ଗ୍ରାମକୁ ବୁଲୁଥିଲେ। ସେ କେଉଁ ଠାରେ ବି ଅଧିକ ଦିନ ରହୁ ନ ଥିଲେ। ସନ୍ଥ ଜଣକ ନିଜ ପ୍ରବଚନ ଦ୍ବାରା ଲୋକମାନଙ୍କ ଜୀବନ ସୁଖୀ କରିବାକୁ ପ୍ରୟାସ କରୁଥିଲେ। ଥରେ ସନ୍ଥ ଜଣକ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ସ୍ବର୍ଣ୍ଣ ମୁଦ୍ରା ମିଳିଲା। ସେ ତାକୁ କୌଣସି ଗରିବ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ଇଚ୍ଛା କଲେ। ସନ୍ଥ ଜଣକ ଗରିବ ବ୍ୟକ୍ତିଙ୍କୁ ଅନେକ ଦିନ ଧରି ଖୋଜିବା ସତ୍ତ୍ବେ ତାଙ୍କୁ ମିଳିଲେ ନାହିଁ। ଥରେ ଜଣେ ରାଜା ନିଜ ସୈନ୍ୟମାନଙ୍କ ସହ ଅନ୍ୟ ରାଜ୍ୟକୁ ଯୁଦ୍ଧ କରିବାକୁ ଯାଉଥିଲେ। ସନ୍ଥ ଜଣକ ରାଜାଙ୍କ ନିକଟକୁ ଯାଇ ସ୍ବର୍ଣ୍ଣ ମୁଦ୍ରାଟି ଦେଇଦେଲେ।

ରାଜା ଏହା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ। ସନ୍ଥଙ୍କୁ ପଚାରିଲେ ଆପଣ ମୋତେ ମୁଦ୍ରାଟି କାହିଁକି ଦେଲେ? ରାଜାଙ୍କ ଉତ୍ତର ଦେଇ ସନ୍ଥ କହିଲେ ‘ମୋତେ ଏହି ମୁଦ୍ରାଟି ରାସ୍ତାରୁ ମିଳିଥିଲା। ଏହାକୁ ମୁଁ ଜଣେ ଗରିବଙ୍କୁ ଦେବାକୁ ଇଚ୍ଛା କରୁଥିଲେ। ଆଜି ମୋତେ ଆପଣଙ୍କ ରୂପରେ ଗରିବ ମିଳିଗଲେ ଓ ମୁଁ ମୁଦ୍ରାଟି ଦେଇଦେଲି।

- Advertisement -

ଏହାର ପ୍ରତ୍ୟୁତ୍ତରରେ ରାଜା କହିଲେ ଯେ, ‘ମୁଁ ଏକ ରାଜ୍ୟର ରାଜା। ମୋ ପାଖରେ ସବୁ କିଛି ଅଛି।

ସନ୍ଥ କହିଲେ ଯେ, ସବୁ ଥିବା ସତ୍ତ୍ବେ ତୁମେ ଅନ୍ୟ ରାଜ୍ୟ ଉପରେ ଆକ୍ରମଣ କରି ସମସ୍ତ ଧନ ଲୁଣ୍ଠନ କରୁଛ। ଏପରି କେବଳ ଜଣେ ଗରିବ ବ୍ୟକ୍ତି କରିପାରେ। ସନ୍ଥଙ୍କର ଏକଥା ଶୁଣି ରାଜା ସବୁ କିଛି ବୁଝିଗଲେ। ତାପରେ ନିଜ ସୈନ୍ୟଙ୍କ ସହ ରାଜ୍ୟକୁ ଫେରିଗଲେ।

ଶିକ୍ଷଣୀୟ କଥା :

କେବେ ବି ଅନ୍ୟର ଧନ ସମ୍ପତ୍ତି ଉପରେ କୁଦୃଷ୍ଟି ପକାଇବା ଉଚିତ ନୁହେଁ। ଏହାଦ୍ବାରା ବ୍ୟକ୍ତି ଜୀବନରେ କେବେ ବି ସୁଖୀ ହୋଇପାରେ ନାହିଁ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories