www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ, ଧାର୍ମିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶଙ୍ଖ ବଜାଇବାର କାରଣ

ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ ଭଳି ବିଭିନ୍ନ ଶୁଭକାର୍ଯ୍ୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ଓ ଆବଶ୍ୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାକୁ ବିଜୟ, ସମୃଦ୍ଧି, ଯଶ ଓ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ। ମନ୍ଦିର ମାନଙ୍କରେ ସକାଳ ଓ ସନ୍ଧ୍ୟାରେ ଆଳତୀ କରିବା ସମୟରେ ଶଙ୍ଖ ବଜାଯାଇବାର ବିଧି ରହିଛି। ଶଙ୍ଖର ଶବ୍ଦ ବିନା ପୂଜାପାଠ ସମ୍ପୂର୍ଣ୍ଣ ହୋଇନଥାଏ ବୋଲି କୁହାଯାଏ। ସମସ୍ତ ଧର୍ମରେ ଶଙ୍ଖ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ମାତ୍ର ଆପଣଙ୍କୁ ହୁଏତ ଜଣାନଥିବ ଯେ, ଯେକୌଣସି ଧାର୍ମିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କେଉଁ କାରଣରୁ ଶଙ୍ଖ ବଜାଯାଇଥାଏ। ଜାଣନ୍ତୁ ଏହା ବିଷୟରେ….
ଶଙ୍ଖର ଧ୍ୱନି ନକରାତ୍ମକ ଶକ୍ତିକୁ ନଷ୍ଟ କରିବାକୁ ସମର୍ଥ ହୋଇଥାଏ। ପୁରାଣରେ ମଧ୍ୟ ଶଙ୍ଖର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।
ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ପୂଜାପାଠ କରିବା ସମୟରେ ଶଙ୍ଖ ବଜାଇବା ଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଯାଏ।
ଭଗନାନ ବିଷ୍ଣୁଙ୍କ ବିଶେଷ କୃପା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଶଙ୍ଖର ଧ୍ୱନି ମନରେ ସକାରତ୍ମକ ଭାବନା ସୃଷ୍ଟି କରିବା ସହ ମନକୁ ଶାନ୍ତ କରିଥାଏ।
ଗୃହରେ ଶଙ୍ଖ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଗୃହର ପୂଜାକକ୍ଷରେ ଭଗବାନଙ୍କ ନିକଟରେ ଶଙ୍ଖ ରଖି ଏଥିରେ ଜଳ ଭରି ରଖାଯାଏ।
ଏହା ପରିବାରରେ ଶାନ୍ତିର ବାତାବରଣ ରଖିଥାଏ।
ଏହାସହ ମନ୍ଦିରରେ ପୂଜା ସମୟରେ ଶଙ୍ଖରେ ଜଳ ପୂର୍ଣ୍ଣ କରି ରଖାଯାଏ।
ସେହି ଜଳକୁ ଶ୍ରଦ୍ଧାଳୁଙ୍କ ଉପରେ ମଧ୍ୟ ଛିଞ୍ଚନ କରାଯାଏ।
ଏପରି କରିବାର କାଣଣ ହେଉଛି, ଏହି ଜଳରେ ଜୀବାଣୁ ମୁକ୍ତ କରିବାର ସାମର୍ଥ୍ୟ ରହିଥାଏ।
ପ୍ରଦୂଷଣକୁ ମଧ୍ୟ ନଷ୍ଟ କରିବାର ଏହାର କ୍ଷମତା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories