ଅପରେସନ୍ ସମୁଦ୍ର ସେତୁ : ଶ୍ରୀଲଙ୍କାରେ ଫଶି ରହିଥିବା ୭୦୦ ଭାରତୀୟଙ୍କୁ ଆଣିବା ପାଇଁ କଲୋମ୍ବୋରେ ପହଞ୍ଚିଲା ଆଇଏନ୍ଏସ୍ ‘ଜଳାଶ୍ଵ’
ନୁଆଦିଲ୍ଲୀ : କରୋନା ମହାମାରୀ ସମୟରେ ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ବନ୍ଦେ ଭାରତ ମିଶନ ଏବଂ ଅପରେସନ ସମୁଦ୍ର ସେତୁ ଆରମ୍ଭ କରିଥିଲେ । ବନ୍ଦେ ଭାରତ ମିଶନରେ ବିମାନରେ ଏବଂ ଅପରେସନ ସମୁଦ୍ର ସେତୁ ମାଧ୍ୟମରେ ସେନା ଜାହାଜରେ ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଭାରତ ଅଣାଯାଉଛି । ବର୍ତ୍ତମାନ ସୁଦ୍ଧା ଭାରତର ୪୦ ହଜାର ନାଗରିକ ଏହି ଦୁଇ ମିଶନ ସାହାଯ୍ୟରେ ଭାରତରେ ପହଞ୍ଚି ସାରିଛନ୍ତି । ଏହି କ୍ରମରେ ଅପରେସନ ସମୁଦ୍ର ସେତୁର ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଲଙ୍କାରେ ଫଶି ରହିଥିବା ୭୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରେ ପହଞ୍ଚିଛି । ଆଜି ଜାହାଜଟି ୭୦୦ ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଆସିବ । ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରୁ ଭାରତୀୟଙ୍କୁ ନେଇ ତାମିଲନାଡୁର ଟୁଟିକୋରିନ ଆସିବ ।
INS Jalashwa is ‘Fearless Pioneer’ ready to take 700 stranded Indians to their homeland from Sri Lanka. It's INS Jalashwa’s 3rd voyage under #SamudraSetu. Previously, she carried to India nearly 1400 Indians stranded in Maldives: High Commission of India in Colombo, Sri Lanka pic.twitter.com/3iYrcx5CPE
— ANI (@ANI) June 1, 2020
ସୂଚନାଯୋଗ୍ୟ ଭାରତୀୟ ନୌବାହିନୀ ଇତିମଧ୍ୟରେ ସମୁଦ୍ର ସେତୁ ଅଭିଯାନ ଜରିଆରେ ମାଲେରୁ ୧ ହଜାର ୪୮୮ ଜଣ ଭାରତୀୟଙ୍କୁ କୋଚିରେ ପହଂଚାଇସାରିଛି। ଏହି ପର୍ଯ୍ୟାୟରେ ସମୁଦ୍ର ସେତୁ ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟଙ୍କୁ ଫେରାଇ ଅଣାଯିବ । ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି। ଶ୍ରୀଲଙ୍କାରୁ ଭାରତୀୟ ଭାରତରେ ପହଞ୍ଚିବା ପରେ ଜାହାଜଟି ପୁଣିଥରେ ମାଳଦ୍ବୀପ ଯାଇ ଅବଶିଷ୍ଟ ଭାରତୀୟଙ୍କୁ ଭାରତ ଫେରାଇ ଆଣିବ । ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ। ଫେରିବା ପରେ ଭାରତୀୟ ନାଗରିକମାନଙ୍କୁ ନିଜ ନିଜର ରାଜ୍ୟ କର୍ତୃପକ୍ଷଙ୍କ ଜିମା ଦିଆଯିବ।
Comments are closed.