www.samajalive.in
Friday, December 12, 2025
16.1 C
Bhubaneswar

ଅଗ୍ନିବୀରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ବଡ଼ ଘୋଷଣା; ନିଯୁକ୍ତି ଦେବ ମହିନ୍ଦ୍ରା କମ୍ପାନୀ

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ବଡ଼ ଘୋଷଣା କରିଛନ୍ତି । ସେ ଟ୍ୱିଟ୍‌ କରି ନିଜ କମ୍ପାନୀରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦେବାକୁ କହିଛନ୍ତି । ତାଙ୍କର ଘୋଷଣା ଅନୁଯାୟୀ ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ଏହି ନିଯୁକ୍ତିର ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି । ତାହାସହ ସେ ଆହୁରି ମଧ୍ୟ କହିଛନ୍ତି କମ୍ପାନୀରେ ନିଯୁକ୍ତି ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିବ । ଯେଉଁମାନେ ସେନାରେ ଶୃଙ୍ଖଳିତ ଥିବେ ସେମାନଙ୍କୁ ମହିନ୍ଦ୍ରା ଗ୍ରୁପ ସ୍ୱାଗତ କରିବ ।

ଏଥିସହିତ ଏହି ‘ଅଗ୍ନିପଥ’ ଯୋଜନାକୁ ଯେଉଁମାନେ ବିରୋଧ କରୁଛନ୍ତି ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆନନ୍ଦ ମହିନ୍ଦ୍ରା । ଆନନ୍ଦ ଏପରି ଏକ ଟ୍ୱିଟ୍‌ ଆଜି ସକାଳେ କରିଥିବା ବେଳେ ସବୁଠି ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଆନନ୍ଦ ‘ଅଗ୍ନିପଥ’କୁ ନେଇ ଆହୁରି କହିଛନ୍ତି କି ପୁର୍ବରୁ ଏହି ଯୋଜନାକୁ ନେଇ ଯେତେବେଳେ ଖବର ଆସିଥିଲା ସେତେବେଳେ କିଛି ଆଶା ଓ ସମ୍ଭାବନା ସୃ​‌ଷ୍ଟି ହୋଇଥିଲା । ହେଲେ ଏହାକୁ ବିରୋଧ କରାଯାଉଛି ଯାହାକି ଦୁଃଖର ବିଷୟ ବୋଲି ସେ କହିଛନ୍ତି ।

- Advertisement -

ଆନନ୍ଦଙ୍କ କହିବା ଅନୁଯାୟୀ ଏହି ଯୋଜନା କର୍ପୋରେଟ୍‌ କ୍ଷେତ୍ରରେ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ସୃ​‌ଷ୍ଟି କରିବାର ସମ୍ଭାବନା ରହିଛି ।  ମହିନ୍ଦ୍ରା ଏପରି ତାଲିମପ୍ରାପ୍ତ, ଦକ୍ଷ ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି । ସବୁଠାରୁଚ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିବା ବେଳେ ଏହି ସମୟରେ ଆନନ୍ଦଙ୍କ ଏହି ଟ୍ୱିଟ୍‌ ସବୁଠି ଆଲୋଚନାର ଖୋରାକ୍‌ ଯୋଗାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories