ରାଜସ୍ୱ ବିଭାଗ ଓ ଅଗ୍ନୀଶମ ବିଭାଗର ନିରୀକ୍ଷଣ ପରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ପୁନଃ ଡଙ୍ଗା ଚଳାଚଳ ଆରମ୍ଭ

କଲମପୁର: ଦୀର୍ଘ ୧୫ ଦିନ ଧରି ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବନ୍ଦ ହୋଇଥିବା ଦେଶୀ ମଟର ଲଞ୍ଚ(ଡଙ୍ଗା) ଚଳାଚଳ ରାଜସ୍ୱ ବିଭାଗ ଓ ଅଗ୍ନୀଶମ ବିଭାଗର ଯୁଗ୍ମ ନିରୀକ୍ଷଣ ପରେ ମଙ୍ଗଳବାର ପୁନଃ ଡଙ୍ଗା ଚଳାଚଳ ଆରମ୍ଭ କରାଯାଇଛି। ଗତ ୧୩.୮ ଦିନ ଇନ୍ଦ୍ରାବତୀ ଜଳ ଭଣ୍ଡାର କଣାସୁକଲି ଘାଟ ଠାରୁ ତଲନାଗୀ ଘାଟ ଆଡକୁ ପ୍ରାୟ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଦେଶୀ ମଟର ଲଞ୍ଚ ରାସ୍ତା ମଝିରେ ଅକାତ କାତ ପାଣିରେ ଡଙ୍ଗାର ଇଞ୍ଜିନ ଅଚଳ ହୋଇ ପଡିଥିଲା। ନାଉରୀଆ ଲୋକଙ୍କୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରି ତିବ୍ର ସ୍ରୋତ ଜଳ ରାଶିରୁ ଆହୁଲା ମାରି ଜଳ ଭଣ୍ଡାରର ଏକ ଟାପୁ ନିକଟକୁ ନେଇ ଯାତ୍ରୀଙ୍କୁ ଉଦ୍ଧାର କରି ନେଇଥିଲେ। ଯାହା ଫଳରେ ବଡ ଦୁର୍ଘଟଣାରୁ ଲୋକେ ବର୍ତ୍ତି ଯାଇଥିଲେ। ଏହି ସମୟରେ ବର୍ଷା ମଧ୍ୟ ଦାଉ ସାଝିଥିଲା। ନାଗୀ ଘାଟରୁ ଘୁଟୃଖାଲ ଘାଟ ମଧ୍ୟରେ ଚଳାଚଳ କରୁଥିବା ଅନ୍ୟ ଡଙ୍ଗା ସହାୟତାରେ ଲୋକେ କଣାସୁକଲି ଘାଟକୁ ଫେରିଥିଲେ। ଏନେଇ ଜିଲା ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ବର୍ଷାର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଡଙ୍ଗା ଚଳାଚଳକୁ ବନ୍ଦ କରିବା ସହ ଡଙ୍ଗାକୁ ଜବତ କରିବା ପାଇଁ ଥୁଆମୁଳ ରାମପୁର ତହସିଲଦାର ବିନୟ କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ତହସିଲଦାର ଶ୍ରୀ ଭୋଇ ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ଜବତ କରି ପୁନଃ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଡଙ୍ଗା ଚଳା ଚଳ ଉପରେ କଟକଣା କରିଥିଲେ। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ଜିଲାପାଳ ଶ୍ରୀ ହର୍ଷଦଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଶ୍ରୀ ଭୋଇଙ୍କ ସମେତ ଅଗ୍ନୀଶମ ବିଭାଗର ବନମାଳି ପୁଝାରୀ, ସୁନିଲ ବେହେରା, ମହେଶ୍ୱର ବେହେରା ଓ ଲକ୍ଷ୍ମଣ ଧାରୁଆ ପ୍ରମୁଖ ପହଞ୍ଚି ଡଙ୍ଗାର ସ୍ଥିତି ସମେତ ଡଙ୍ଗାରେ ସଂଯୋଗ ହେଇଥିବା ମଟରର ଯାନ୍ତ୍ରୀକ ସ୍ଥିତି ତନଖି ଥିଲେ। ମଟରର ସ୍ଥିତିରେ ସୁଧାର ଆସିଥିବାରୁ ପୁନଃ ଡଙ୍ଗା ଚଳା ଚଳ କରିବାରେ ନିର୍ଦ୍ଦେଶ ଦେଇଛନ୍ତି।

kalyan agarbati

Comments are closed.