www.samajalive.in
Sunday, December 14, 2025
23.1 C
Bhubaneswar

ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଆଉ ଏକ ଭୂକମ୍ପ

ନୂଆଦିଲ୍ଲୀ : ଇଣ୍ଡୋନେସିଆର ଲୋମ୍ବୋକବାସୀ ରବିବାର ସଂଘଟିତ ଭୂକମ୍ପର ବିଭୀଷିକାରୁ ମୁକୁଳି ନ ଥିବା ବେଳେ ଗୁରୁବାର ପୁନଃ ଏହି ଦ୍ୱୀପରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଅପରାହ୍ଣରେ ସଂଘଟିତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ କରାଯାଇଛି। ଲୋମ୍ବୋକ ଦ୍ୱୀପର ଉତ୍ତର-ପଶ୍ଚିମ ଅଞ୍ଚଳରେ ଭୂପୃଷ୍ଠଠାରୁ ୧୨ କିଲୋମିଟର ଗଭୀରତାରେ ଏହା କେନ୍ଦ୍ରୀଭୂତ ହୋଇଥିଲା। ଭୂପୃଷ୍ଠରେ ଏହା କେନ୍ଦ୍ରୀଭୂତ ହୋଇଥିବାରୁ ସୁନାମୀ ଆସିବାର ଆଶଙ୍କା ନ ଥିବା ଇଣ୍ଡୋନେସିଆ ବିପର୍ଯ୍ୟୟ ମୁକାବିଲା ସଂସ୍ଥାର ମୁଖପାତ୍ର ସୁଟୋପୋ ପୁର୍‍ୱୋ ନୁଗ୍ରୋହୋ କହିଛନ୍ତି। ରବିବାର ଭୂକମ୍ପ ପରେ ଏକପ୍ରକାର ଭୟଭୀତ ଅବସ୍ଥାରେ ଥିବା ସ୍ଥାନୀୟ ବାସିନ୍ଦା ଗୁରୁବାର ଅପରାହ୍ଣରେ ଭୁକମ୍ପର ଝଟ୍‍କା ଅନୁଭୂତ ହେବା ମାତ୍ରେ ଘରୁ ବାହାରକୁ ଚାଲିଆସିଥିଲେ। ରାସ୍ତା ଉପରେ ଜନଗହଳି ସୃଷ୍ଟି ହୋଇଥିଲା। ଏହି ଭୂକମ୍ପ ଯୋଗୁ ବହୁ ଅଟ୍ଟାଳିକା ଭୁଶୁଡି ପଡିଥିବା ଜଣାପଡିଛି। ରବିବାର ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୨୨୬ରୁ ୩୮୧ ମଧ୍ୟରେ ଦର୍ଶାଯାଇଥିବା ବେଳେ ଲକ୍ଷାଧିକ ଲୋକ ବାସହରା ହୋଇପଡିଥିବା କୁହାଯାଛଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories