www.samajalive.in
Saturday, December 6, 2025
19.1 C
Bhubaneswar

କମିବ ଭାରତର ଜନସଂଖ୍ୟା; ବଢୁଛି ଲିଙ୍ଗ ଅନୁପାତ

ନୂଆଦିଲ୍ଲୀ: ଦେଶରେ ଗର୍ଭଧାରଣ ହାର ଜାତୀୟ ସ୍ତରରେ ୨.୨ରୁ ୨କୁ ହ୍ରାସପାଇଛି ଏବଂ ଚଣ୍ଡିଗଡରେ ଏହା ୧.୪ ରହିଥିବାବେଳେ ଉତ୍ତର ପ୍ରଦେଶରେ ୨.୪ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି । ଏହି ରିପୋର୍ଟକୁ ନିତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡା.ବିନୋଦ କୁମାରପଲ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ ଉନ୍ମୋଚନ କରିଛନ୍ତି । ଏଥିରେ ଜନସଂଖା, ମାତୃତ୍ୱ ଏବଂ ଶିଶୁ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟିସାଧନ ଏବଂ ଅନ୍ୟାନ୍ୟ ବିଷୟ ସ୍ଥାନ ପାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କରାଯାଇଛି ।
୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ କରାଯାଇଥିବା ଏହି ସର୍ବେକ୍ଷଣରେ କୁହାଯାଇଛି ଯେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପାଇଥିବା ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଉତ୍ତର ପ୍ରଦେଶକୁ ବାଦଦେଇ ଅନ୍ୟ ରାଜ୍ୟଗୁଡିକ ୨.୧ ଗର୍ଭଧାରଣ ହାର ହାସଲ କରିଛନ୍ତି । ଏହି ସମୟ ମଧ୍ୟରେ ମୋଟାମୋଟି ଗର୍ଭନିରୋଧ ବ୍ୟବହାର ହାର ୫୪ ପ୍ରତିଶତରୁ ୬୭ ପ୍ରତିଶତକୁ ବୃଦ୍ଧିପାଇଛି । ଆଧୁନିକ ଗର୍ଭନିରୋଧ ପଦ୍ଧତିର ବ୍ୟବହାର ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବୃଦ୍ଧିପାଇଥିବା ଏହି ସର୍ବେକ୍ଷଣରୁ ଜଣାଯାଇଛି ।
ସର୍ବେକ୍ଷଣରୁ ଜଣାଯାଇଛି ଯେ ୧୨ତରୁ ୨୩ ମାସ ପିଲାଙ୍କ କ୍ଷେତ୍ରରେ ପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ସର୍ବଭାରତୀୟ ସ୍ତରରେ ଏହା ୬୨%ରୁ ୭୬%କୁ ବୃଦ୍ଧିପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପାଇଥିବା ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୨ରୁ ୨୩ ମାସ ବୟସର ତିନି ଚତୁର୍ଥାଂଶ ଶିଶୁଙ୍କର ପୂର୍ଣ୍ଣ ଟିକାକରଣ କରାଯାଇସାରିଛି ଏବଂ ଓଡ଼ିଶାରେ ଏହା ସର୍ବାଧିକ ୯୦% ରହିଛି । ସୂଚନାଯୋଗ୍ୟ ଯେ ଏହି ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣରେ ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ, ଛତିଶଗଡ, ହରିଆଣା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ସାମିଲ କରାଯାଇଥିଲା ।
୨୦୦୫-୦୬ ସର୍ବେକ୍ଷଣ ରିପୋର୍ଟ ମୁତାବକ ଦେଶରେ ପ୍ରତି ୧ହଜାର ପୁରୁଷଙ୍କ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ମଧ୍ୟ ୧ହଜାର ରହିଥିଲା । ପରେ ୨୦୧୫-୧୬ରେ ପ୍ରତି ୧ହଜାର ପୁରୁଷଙ୍କ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୯୯୧କୁ ହ୍ରାସ ପାଇଥିଲା । ତେବେ ପ୍ରଥମ ଥର ପାଇଁ ୨୦୧୯-୨୧ ସର୍ବେକ୍ଷଣରୁ ଜଣାଯାଇଛି ଯେ ଦେଶରେ ପ୍ରତି ୧ହଜାର ପୁରୁଷଙ୍କ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୧୦୨୦କୁ ବୃଦ୍ଧିପାଇଛି । ଲିଙ୍ଗଗତ ଅନୁପାତ ବୃଦ୍ଧି ସହିତ ଅଧିକ ସଂଖ୍ୟାରେ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରୁଥିବା ଏକ ଉଲ୍ଲେଖନୀୟ ଘଟଣା ହୋଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories