www.samajalive.in
Saturday, December 6, 2025
26.1 C
Bhubaneswar

ଚୀନ ନୌସେନାର ବାର୍ଷିକ ସମାରୋହରେ ଭାଗନେବେ ଭାରତର ଦୁଇ ଜାହାଜ

ବେଜିଂ : ଚୀନ ନୌସେନାର ୭୦ତମ ବାର୍ଷିକ ସମାରୋହରେ ଭାରତୀୟ ନୌସେନାର ଦୁଇଟି ଜାହାଜ ଭାଗ ନେବେ। ଚଳିତ ମାସ ଶେଷ ଆଡକୁ ଚୀନ ନୌସେନାର ୭୦ ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହେବ ଓ ଏଥିରେ ଭାରତୀୟ ନୌସେନାର ଆଇଏନ୍‍ଏସ୍‍ କଲକତା ଏବଂ ଶକ୍ତି ଭାଗ ନେବେ ବୋଲି କୁହାଯାଇଛି। ଅପ୍ରେଲ ୨୧ରୁ ୨୬ ମଧ୍ୟରେ ଚୀନ କ୍ୱିଙ୍ଗଡାଓ ବନ୍ଦରରେ ପିଏଲଏ ନୌସେନାର ୭୦ତମ ବାର୍ଷିକ ସମାରୋହ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ‘ଅନ୍ତର୍ଜାତୀୟ ଫ୍ଲିଟ୍ ରିଭ୍ୟୁ’ କାର୍ଯ୍ୟକ୍ରମରେ ଭାରତର ଦୁଇଟି ଜାହାଜ ଆଇଏନ୍‍ଏସ୍‍ କଲକତା ଏବଂ ଶକ୍ତି ଭାଗନେବେ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ରବିବାର ଏକ ପ୍ରେସ୍‍ ବାର୍ତ୍ତା ଜାରି କରାଯାଇଛି। ଏହି ଅବସରରେ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରି, ଆଇଏନ୍ଏସ୍ କଲକାତାର କମାଣ୍ଡିଂ ଅଫିସର କ୍ୟାପ୍ଟେନ ଆଦିତ୍ୟ ହାରାଙ୍କ ସହ ଚୀନ ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବେ।
ଚୀନ ପ୍ରତିରକ୍ଷା ମୁଖପାତ୍ର କୋଲ ୟୁ କ୍ୱାନ କହିଛନ୍ତି ଯେ ଅପ୍ରେଲ ୨୩ରୁ ପିଏଲଏ ନୌସେନାର ୭୦ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହେବ। ଏଥିରେ ୬୦ଟି ଦେଶର ନୌସେନା ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ଭାରତର ଦୁଇଟି ଜାହାଜ ଏହି ସମାରୋହରେ ଭାଗନେବେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories