www.samajalive.in
Sunday, December 14, 2025
26.1 C
Bhubaneswar

ଦେଶବାସୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ – ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଉଭୟ ସଭାଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ସରକାର ଏକ ମଜବୁତ୍‍, ନିରାପଦ, ସମୃଦ୍ଧ ଏବଂ ସମଷ୍ଟିଗତ ଅଭିବୃଦ୍ଧି ହାସଲକାରୀ ଭାରତ ଗଠନ ଦିଗରେ ଆଗେଇ ଚାଲିଛନ୍ତି। ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, କେନ୍ଦ୍ର ସରକାର ପ୍ରଥମ ଦିନରୁ ହିଁ ଲୋକମାନଙ୍କର ଦୁଃଖଦୁର୍ଦ୍ଦଶା ଦୂର କରି ଓ କୁଶାସନ ହଟାଇ ସବୁ ପ୍ରକାର ଅତ୍ୟାବଶ୍ୟକୀୟ ସୁବିଧା ସୁଯୋଗ ସହ ଦେଶବାସୀଙ୍କର ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରଥମଥର ପାଇଁ ଅର୍ଦ୍ଧାଧିକ ସାଂସଦ ନିର୍ବାଚିତ ହୋଇଛନ୍ତି ଏବଂ ବହୁସଂଖ୍ୟକ ମହିଳା ସାଂସଦ ନିର୍ବାଚିତ ହେବା ଏଥର ଏକ ରେକର୍ଡ ବୋଲି ବିବେଚନା କରାଯାଉଛି।

ରାଷ୍ଟ୍ରପତି କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କର ଆଦର୍ଶକୁ ନୂଆ ଭାରତ ଆଗେଇ ନେବ ଏବଂ ଶ୍ରୀ ନାରାୟଣ ଗୁରୁଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଦେଶ ପ୍ରଗତୀ ପଥରେ ଆଗେଇ ଚାଲିଛି। ସରକାରଙ୍କ ଉଦ୍ୟମଗୁଡ଼ିକ ସଂକ୍ରାନ୍ତରେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଦେଶର ପ୍ରତ୍ୟେକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଶାନ୍‍ ସମ୍ମାନନୀଧି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। କ୍ଷୁଦ୍ର ଓ ଖୁଚୁରା ଦୋକାନୀମାନଙ୍କୁ ପେନ୍‍ସନ୍‍ ଯୋଜନାରେ ସାମିଲ କରାଯିବା ନିଷ୍ପତ୍ତିକୁ ପ୍ରଶଂସା କରି ଶ୍ରୀ କୋବିନ୍ଦ କହିଛନ୍ତି, ଗ୍ରାମୀଣ ଭାରତକୁ ମଜଭୁତ କରିବା ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି ଏବଂ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଲାଗି ଭବିଷ୍ୟତରେ ସରକାର ୨୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ। ୨୦୨୨ ମସିହା ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣ କରିବା ଲାଗି ସରକାର ଗତ ପାଞ୍ଚ ବର୍ଷ ଭିତରେ ଅନେକ ପଦକ୍ଷେପ ନେଇଛନ୍ତି।

- Advertisement -

ମହିଳାମାନଙ୍କୁ କ୍ଷମତାପନ୍ନ କରିବା ସରକାର ଅଗ୍ରାଧିକାର ଦେଉଥିବା ବିଷୟରେ ସେ କହିଛନ୍ତି, ଏହାଦ୍ୱାରା ସମାଜ ଓ ଅର୍ଥନୀତିରେ ବିକାଶ ସାଧିତ ହୋଇପାରିବ। ପ୍ରଶାସନର ପ୍ରତ୍ୟେକ କ୍ଷେତ୍ର ବିଷୟରେ ଦର୍ଶାଇବାକୁ ଯାଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ୨୦୨୪ ମସିହା ସୁଦ୍ଧା ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories