www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଭାରତୀୟ ହେଲେ ବିଶ୍ଵର ସର୍ବଶ୍ରେଷ୍ଠ ଶିକ୍ଷକ, ମିଳିଲା ୭ କୋଟିର ପୁରସ୍କାର, ସବୁ ଦାନ କରିଦେଲେ

ଜଣେ ଭାରତୀୟଙ୍କୁ ମିଳିଛି ବିଶ୍ଵର ସର୍ବଶ୍ରେଷ୍ଠ ଶିକ୍ଷକର ମାନ୍ୟତା। ତାଙ୍କୁ ଗ୍ଲୋବାଲ୍‌ ଟିଚର ବା ବିଶ୍ଵ ଶିକ୍ଷକ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏଥିପାଇଁ ସମ୍ପୃକ୍ତ ଶିକ୍ଷକଙ୍କୁ ମିଳିଛି ୭ କୋଟି ଟଙ୍କାର ପୁରସ୍କାର। ଶିକ୍ଷକଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ବୃତ୍ତିଗତ ଦକ୍ଷତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସେ ହେଉଛନ୍ତି ମହାରାଷ୍ଟ୍ରର ସୋଲାପୁର ଜିଲା ପରିଷଦ ସ୍କୁଲର ଶିକ୍ଷକ ରଣଜିତ ସିଂହ ଡିସ୍‌ଲେ।

- Advertisement -

ପ୍ରଥମ ଥର ପାଇଁ କୌଣସି ଜଣେ ଭାରତୀୟଙ୍କୁ ବିଶ୍ଵର ସର୍ବଶ୍ରେଷ୍ଠ ଶିକ୍ଷକ ହେବାର ସମ୍ମାନ ମିଳିଛି। ୟୁନେସ୍କୋ ଏବଂ ଲଣ୍ଡନସ୍ଥିତ ବାର୍କି ଫାଉଣ୍ଡେଶନ ଦ୍ବାରା ଦିଆଯାଉଥିବା ବିଶ୍ଵ ଶିକ୍ଷକ ପୁରସ୍କାର ଗତ ଗୁରୁବାର ଘୋଷଣା କରାଯାଇଥିଲା। ରଣଜିତ ଡିସ୍‌ଲେ ସୋଲାପୁର ଜିଲା ଅନ୍ତର୍ଗତ ପରିତେୱାଡ଼ି ଜିଲା ପରିଷଦ ସ୍କୁଲରେ ଶିକ୍ଷକତା କରୁଛନ୍ତି। ଲଣ୍ଡନର ନ୍ୟାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମରେ ସମ୍ପନ୍ନ ହୋଇଥିବା ଏକ ଭର୍ଚୁଆଲ ସମାରୋହରେ ରଣଜିତଙ୍କୁ ଗ୍ଲୋବାଲ ଟିଚର ଆୱାର୍ଡ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ପ୍ରତିଦ୍ଧ ଅଭିନେତା ଷ୍ଟିଫେନ ଫ୍ରାଏ ଏହି ଘୋଷଣା କରିଥିଲେ।

ପ୍ରତିଯୋଗିତାରେ ୧୪୦ ଦେଶର ୧୨ ହଜାରରୁ ଅଧିକ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଭାରତରେ ତ୍ଵରିତ ପ୍ରତିକ୍ରିୟା ବା କ୍ୟୁଆର କୋଡେଡ୍‌ ପାଠ୍ୟ ବିପ୍ଳବକୁ ତ୍ଵରାନ୍ବିତ କରିବା ଦିଗରେ ସ୍ବତନ୍ତ୍ର ଅବଦାନ ଲାଗି ରଣଜିତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Image Courtesy: Al Jazeera

ତେବେ ପୁରସ୍କାର ବାବଦ ରାଶିରୁ ୫୦ ପ୍ରତିଶତକୁ ରଣଜିତ ତାଙ୍କ ସହିତ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଅନ୍ୟ ୯ ଶିକ୍ଷକଙ୍କ ମଧ୍ୟରେ ବାଣ୍ଟିବାକୁ ଘୋଷଣା କରିଛନ୍ତି। ଅବଶିଷ୍ଟ ୫୦ ପ୍ରତିଶତରେ ସେ ଏକ ପାଣ୍ଠି ପ୍ରସ୍ତୁତ କରିବେ, ଯାହାକୁ ଭଲ କାମ କରୁଥିବା ଶିକ୍ଷକଙ୍କ ପାଇଁ ବିନିଯୋଗ କରାଯିବ ବୋଲି ରଣଜିତ କହିଛନ୍ତି।

ବାର୍କି ଫାଉଣ୍ଡେଶନ ୨୦୧୪ରୁ ଏହି ପୁରସ୍କାର ପ୍ରଦାନ କରିଆସୁଛି। ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ କରିଥିବା ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ରଣଜିତ ଏହି ପୁରସ୍କାର ପାଇବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories