www.samajalive.in
Sunday, December 14, 2025
26.1 C
Bhubaneswar

ଜୟନ୍ତ, ସୈନି ଭାରତୀୟ ଦିନିକିଆ ଦଳରେ ସାମିଲ

ନୂଆଦିଲ୍ଲୀ : ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳା ପାଇଁ ପୂର୍ବଘୋଷିତ ଭାରତୀୟ କ୍ରିକେଟ୍‌ ଦଳରେ ୨ ଖେଳାଳିଙ୍କୁ ସାମିଲ କରାଯାଇଛି । ଏହି ୨ ଖେଳାଳି ହେଲେ ଅଫ୍‌ସ୍ପିନର ତଥା ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ ହରିୟାଣାର ଜୟନ୍ତ ଯାଦବ ଏବଂ ଦିଲ୍ଲୀର ଫାଷ୍ଟବୋଲର ନବଦୀପ ସୈନି । ଭାରତୀୟ ଦିନିକିଆ ଦଳରେ ଥିବା ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କୁ ଦିନିକିଆ ଶୃଙ୍ଖଳାରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ବିସିସିଆଇ ବରିଷ୍ଠ ମନୋନୟନ କମିଟି ଜୟନ୍ତ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ସୁନ୍ଦର ବୁଧବାର ଭାରତୀୟ ଦିନିକିଆ ଦଳର ଅନ୍ୟ ସଦସ୍ୟମାନଙ୍କ ସହ ଏକ ସ୍ବତନ୍ତ୍ର ବିମାନରେ କେପ୍‌ଟାଉନ୍‌ ଯିବାର ଥିଲା। ଜୟନ୍ତ ଯାଦବ ଭାରତୀୟ ଟେଷ୍ଟ ଦଳରେ ଥିବାରୁ ଉକ୍ତ ଶୃଙ୍ଖଳା ପରେ ସେ ଭାରତ ନ ଫେରି ଦକ୍ଷିଣ ଆଫ୍ରିକାରେ ରହିଯିବେ। ଏହାସହ ମନୋନୟନ କମିଟି ଫାଷ୍ଟବୋଲର ନବଦୀପ ସୈନିଙ୍କୁ ଦିନିକିଆ ଦଳରେ ସାମିଲ କରିଛି। ଫାଷ୍ଟବୋଲର ମହମ୍ମଦ ସିରାଜ୍ ସାମାନ୍ୟ ଆହତ ଥିବାରୁ ଦିନିକିଆ ଶୃଙ୍ଖଳାରେ ତାଙ୍କର ଖେଳିବା ସମ୍ଭାବନା କମ୍‌। ତେଣୁ ସୈନିଙ୍କୁ ଅତିରିକ୍ତ ପେସ୍ ବୋଲର ଭାବେ ଦଳ​‌େ​‌ର ସାମିଲ କରାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌ ଜାନୁଆରୀ ୧୯ ଓ ୨୧ରେ ପାର୍ଲରେ ଏବଂ ୨୩ରେ ୩ୟ ଦିନିକିଆ କେପ୍‌ଟାଉନ୍‌ରେ ଖେଳାଯିବ।
ଭାରତୀୟ ଦିନିକିଆ ଦଳ : କେ.ଏଲ୍‌. ରାହୁଲ (ଅଧିନାୟକ), ଯଶପ୍ରୀତ ବୁମ୍‌ରା (ଉପଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଏକ୍‌ୱାଡ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ୍ (ୱିକେଟ ରକ୍ଷକ), ଈଶାନ୍ କିଷନ୍ (ୱିକେଟ ରକ୍ଷକ), ୟୁଜବେନ୍ଦ୍ର ଚହଲ, ଆର୍. ଅଶ୍ବିନ, ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦୁଳ ଠାକୁର, ମହମ୍ମଦ ସିରାଜ୍, ଜୟନ୍ତ ଯାଦବ ଓ ନବଦୀପ ସୈନି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories