www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଲାକ ଫ୍ରାଇଡେ ଏବଂ ସାଇବର ମନ୍‍ ଡେ ବିକ୍ରି ପାଇଁ ଭାରତୀୟ ରପ୍ତାନିକାରୀ ପ୍ରସ୍ତୁତ

ବେଙ୍ଗାଲୁରୁ: ବାର୍ଷିକ ବ୍ଲାକ ଫ୍ରାଇ ଡେ ଏବଂ ସାଇବର ମନ୍‍ ଡେ (ବିଏଫସିଏମ) ବିକ୍ରି ଅବସରରେ ୭୦,୦୦୦ରୁ ଅଧିକ ଭାରତୀୟ ରପ୍ତାନିକାରୀ ଆମାଜନ ଇଣ୍ଡିଆର ବିଶ୍ୱସ୍ତରୀୟ ବିକ୍ରି କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିଶ୍ୱବ୍ୟାପୀ ଗ୍ରାହକଙ୍କ ପାଇଁ ‘ଭାରତ ନିର୍ମିତ’ ନିୟୁତାଧିକ ଉତ୍ପାଦ ପ୍ରଦର୍ଶନ କରିବେ ବୋଲି ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଆଗାମୀ ଛୁଟି ସମୟରେ ଭାରତୀୟ ରପ୍ତାନିକାରୀମାନେ ଆମାଜନର ଗ୍ଲୋବାଲ ୱେବସାଇଟରେ ୫୨,୦୦୦ ନୂଆ ଉତ୍ପାଦ ପ୍ରଚଳନ କରିବାକୁ ଯାଉଛନ୍ତି । ଚଳିତ ନଭେମ୍ବର ୨୫ରୁ ବ୍ଲାକ ଫ୍ରାଇ ଡେ ଏବଂ ସାଇବର ମନ୍‍ ଡେ ବିକ୍ରି ଆରମ୍ଭ ହେବାକୁ ଯାଉଛି ଏବଂ ଏହା ନଭେମ୍ବର ୨୯ରେ ଶେଷ ହେବ । ବିଶ୍ୱସ୍ତରରେ ଥିବା ଆମାଜନର ଗ୍ରାହକମାନେ ହୋମ ଓ କିଚେନ, ଏସଟିଇଏମ ଖେଳନା, ପୋଷାକ, ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ଯତ୍ନ, କାର୍ଯ୍ୟାଳୟ ଉପକରଣ, ଅଳଙ୍କାର, ସୌନ୍ଦର୍ଯ୍ୟ ଏବଂ ଆସବାବପତ୍ର ଆଦି ବହୁବିଧ ବର୍ଗରେ ଭାରତୀୟ ରପ୍ତାନିକାରୀଙ୍କ ଦ୍ୱାରା ଅଣାଯାଉଥିବା ଅନେକ ସାମଗ୍ରୀ ଆବିଷ୍କାର କରିବାକୁ ସମର୍ଥ ହେବେ । ବ୍ଲାକ ଫ୍ରାଇ ଡେ ଏବଂ ସାଇବର ମନ୍‍ ଡେ ଆମେରିକାରେ ଛୁଟିଦିନ ଆରମ୍ଭର ଏକ ଉଲ୍ଲେଖଯୋଗ୍ୟ ସମୟ ହୋଇଛି ଏବଂ ଏହି ସମୟରେ ଗ୍ରାହକମାନେ ନିଜ ଘରେ ବ୍ୟବହାର ପାଇଁ ଏବଂ ବନ୍ଧୁ ପରିଜନ ତଥା ପରିବାର ବର୍ଗଙ୍କୁ ଉପହାର ଆକାରରେ ପ୍ରଦାନ କରିବାକୁ ବିିଭିନ୍ନ ସାମଗ୍ରୀ ଆବଶ୍ୟକ କରିଥାନ୍ତି । କମ୍ପାନୀର ଗ୍ଲୋବାଲ ଟ୍ରେଡ ଡାଇରେକ୍ଟର ଅଭିଜିତ କାମରା କହିଛନ୍ତି, ଇକମର୍ସ ରପ୍ତାନି ଭାରତୀୟ ଏମଏସଏମଇଗୁଡିକ ପାଇଁ ସେମାନଙ୍କର ରପ୍ତାନି ବ୍ୟବସାୟ ନିର୍ମାଣ ଏବଂ ସେଥିରେ ବୃଦ୍ଧି ଘଟାଇବା କ୍ଷେତ୍ରରେ ପ୍ରବେଶଗତ ପ୍ରତିବନ୍ଧକ ହ୍ରାସ କରୁଛି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories