www.samajalive.in
Saturday, December 6, 2025
19.1 C
Bhubaneswar

ଦେଶୀୟ ଜ୍ଞାନକୌଶଳରେ ସେନାର ହେବ ଆଧୁନିକୀକରଣ

ନୂଆଦିଲ୍ଲୀ: ସଶସ୍ତ୍ର ବାହିନୀକୁ ଆଧୁନିକୀକରଣ କରିବାକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି, ସଶସ୍ତ୍ର ବାହିନୀର ସମସ୍ତ ଆବଶ୍ୟକତାର ଦେଶୀୟ ଜ୍ଞାନକୌଶଳରେ ପୂରଣ କରାଯିବ। ଭାରତ ଡାଇନାମିକ୍ସ ଲିମିଟେଡ୍‍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଅବସରରେ ହାଇଦ୍ରାବାଦ୍‍ଠାରେ ସେ ଏହା କହିଛନ୍ତି। ରାଜନାଥ ସିଂହ କହିଛନ୍ତି, ଯେତେବେଳେ କୌଣସି ଦେଶୀୟ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇ ପାରିବ ନାହିଁ ସେତେବେଳେ ସେଗୁଡ଼ିକର ଆମଦାନୀ କରାଯିବ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ ୨୦୨୫ ସୁଦ୍ଧା ଅସ୍ତ୍ରଶସ୍ତ୍ର ରପ୍ତାନୀ କ୍ଷେତ୍ରରେ ଏକ ସମ୍ମାନଜନକ ସ୍ଥାନ ଅଧିକାର କରିବ ଓ ଏହି ଲକ୍ଷ୍ୟ ହାସଲ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ସେ ଭାରତ ଡାଇନାମିକ୍ସ ଲିମିଟେଡ୍‍କୁ କହିଛନ୍ତି। ଦେଶର ପ୍ରତିରକ୍ଷା ନୀତି ଆଞ୍ଚଳିକ, ମହାଦେଶୀୟ ଓ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ଦିଷ୍ଟ ବୋଲି ସେ ଦୋହରାଇଛନ୍ତି। ସେ କହିଛନ୍ତି, ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ସମ୍ବଳିତ ଅର୍ଥନୀତିରେ ପରିଣତ କରିବାରେ ପ୍ରତିରକ୍ଷା କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories