www.samajalive.in
Monday, November 17, 2025
17.1 C
Bhubaneswar

ଦକ୍ଷିଣ ଆଫ୍ରିକାକୁ ୨୫୨ ରନର ଟାର୍ଗେଟ ଦେଲା ଭାରତ

ସମାଜ ଡିଜିଟାଲ ଡେସ୍କ: ମହିଳା କ୍ରିକେଟ ବିଶ୍ଵକପର ଗୁରୁବାର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୫୨ ରନର ଟାର୍ଗେଟ ଦେଇଛି ଭାରତୀୟ ଦଳ। ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୫୧ ରନ ସଂଗ୍ରହ କରିଛି। ଦଳ ପକ୍ଷରୁ ରିଚା ଘୋଷ ସର୍ବାଧିକ ୯୪ ରନ ସଂଗ୍ରହ କରିଥିଲେ। ମିଡିଲ ଅର୍ଡର ବିଫଳତା ଯୋଗୁ ଭାରତ ୧୦୦ ରନରେ ୫ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଳା। ମାତ୍ର ରିଚା ଘୋଷ ଏବଂ ସ୍ନେହ ରାଣାଙ୍କ ଗୁରୁତ୍ଵପୂର୍ଣ୍ଣ ପାଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା। ସ୍ନେହ ୩୩ ରନ କରିଥିଲେ।

ଦକ୍ଷିଣ ଆଫ୍ରିକା ତରଫରୁ କ୍ଲୋଇ ଟ୍ରାଇଅନ ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ମାରିଜାନେ କାପ୍‌, ନାଦିନେ ଡି କ୍ଲର୍କ, ନନକୁଲୁଲେକୋ ମାବା ଦୁଇଟି ଲେଖାଏ  ଏବଂ ଟୁମି ସେଖୁଖୁନେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

- Advertisement -

୨୫୨ ରନର ଜବାବରେ ଦକ୍ଷିଣ ଆଫ୍ରିକା ରାତି ସାଢ଼େ ୮ଟା ସୁଦ୍ଧା ୯ ଓଭର ଖେଳ ୨ ଉଇକେଟ ବିନିମୟରେ ୩୩ ରନ କରିଛି।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories