ଇତିହାସ ରଚିଲା ଟିମ୍ ଇଣ୍ଡିଆ; ୭୧ ବର୍ଷ ପରେ ଟେଷ୍ଟ୍ ସିରିଜ୍ ଜିତିଲା ଭାରତ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ବିଜୟ ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସୋମବାର ଦିନ ସିଡନୀରେ ଖେଳା ଯାଇଥିବା ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଡ୍ର ହୋଇଛି । ସିଡନୀ ଟେଷ୍ଟ ମ୍ୟାଚରେ ତିନି ଦିନ ବର୍ଷା ଓ ଆଲୋକ ଅଭାବ କାରଣରୁ ଟେଷ୍ଟ ମ୍ୟାଚ ହୋଇପାରିନାହିଁ ।
ଟିମ୍ ଇଣ୍ଡିଆ ୧୯୪୭ ପର ଠାରୁ କ୍ରମାଗତ ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ମଧ୍ୟ ଏହା ପୂର୍ବରୁ କୌଣସି ଶୃଙ୍ଖଳା ଜିତି ପାରି ନଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨-୧ରେ ସିରିଜ ଜିତି ଅଷ୍ଟେଲିଆର ଇତିହାସ ବଦଳାଇ ଦେଇଛି । ୭୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଛି ।
ଏହି ଐତିହାସିକ ବିଜୟ ପାଇଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।