ବିଶେଷ କରି ଶୀତଦିନରେ ମୁହଁ ରୁକ୍ଷ ଓ ଖରାପ ଦେଖାଯାଇଥାଏ। ଏପରି ସ୍ଥଳରେ ମୁହଁକୁ ପୋଷଣର ଆବଶ୍ୟକ ହୋଇଥାଏ। ମୁହଁର କୋମଳତା ଓ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଗ୍ଲିସେରିନର ବ୍ୟବହାର କରାଯାଇଥାଏ। ଗ୍ଲିସେରିନର ବ୍ୟବହାର ବ୍ୟୁଟି କ୍ରିମ୍, ମଶ୍ଚୁରାଇଜର, ସାମ୍ପ୍ୟୁ ଓ କଣ୍ଡିସରରେ କରାଯାଇଥାଏ। ଲିପବାମ୍ର ବ୍ୟବହାର ବଦଳରେ ଓଠରେ ଗ୍ଲିସେରିନ ଲଗାଇବା ଦ୍ବାରା ତାହା ଅଧିକ ଲାଭଦାୟକ ହୋଇଥାଏ। ଏହା ଓଠକୁ କୋମଳ କରିଥାଏ।
ଆସନ୍ତୁ ଜାଣିବା ଗ୍ଲିସେରିନର ବ୍ୟବହାର ସମ୍ବନ୍ଧରେ ..
୧. ଗ୍ଲିସେରିନ ମୁହଁ ପାଇଁ ଏକ ଉତ୍ତମ ମଶ୍ଚରାଇଜର ଅଟେ। ନିୟମିତ ଭାବେ ଗ୍ଲିସେରିନ ଲଗାଇବା ଦ୍ବାରା ମୁହଁ ସଫା ରହିବା ସହ ସତେଜ ଲାଗିଥାଏ।
୨. ଗ୍ଲିସେରିନ ଲଗାଇବା ଦ୍ବାରା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା କ୍ଷତିକାରକ ବାଇଗଣୀ କିରଣରୁ ମୁହଁକୁ ରକ୍ଷା କରିଥାଏ। ଏହାସହ ମୁହଁକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ।
୩. ମୁହଁରେ ସୃଷ୍ଟି ହୋଇଥିବା କିଛି ସମସ୍ୟା ପାଇଁ ଗ୍ଲିସେରିନ ଲଗାଇବା ଦ୍ବାରା ସେଥିରୁ ମୁକ୍ତି ମିଳିଥାଏ। ଏକଜିମା ଓ ସାୟରୋସିସ୍ ସମସ୍ୟା ପାଇଁ ଗ୍ଲିସେରିନ ବ୍ୟବହାର କରିବା ଲାଭଦାୟକ ଅଟେ।
୪. ପାଦ ଫାଟିଥିଲେ ଗ୍ଲିସେରିନ ଲଗାଇବା ଦ୍ବାରା ସେଥିରୁ ମୁକ୍ତି ମିଳିଥାଏ।
୫. ଗ୍ଲିସେରିନକୁ ମଶ୍ଚରାଇଜର ଭାବେ ବ୍ୟବହାର କରାଯାଇଥାଏ। ସେଥିପାଇଁ ଗ୍ଲିସେରିନରେ ଗୋଲାପ ଜଳ ମିଶାନ୍ତୁ। ସେହି ମିଶ୍ରଣକୁ ପ୍ରତିଦିନ ଶୋଇବାକୁ ଯିବା ପୂର୍ବରୁ ମୁହଁରେ ଲଗାଇ ଦିଅନ୍ତୁ। ସକାଳୁ ଉଠି ଭଲ ଭାବେ ମୁହଁ ଧୁଅନ୍ତୁ। ଏପରି କରିବା ଦ୍ବାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଆକର୍ଷଣୀୟ ଲାଗିଥାଏ।



