www.samajalive.in
Thursday, December 11, 2025
15.1 C
Bhubaneswar

ଭାରତ – ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ : ଜାଣନ୍ତୁ କାହାର ପଲ୍ଲା ଭାରି

ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ୦୫ତାରିଖ(ରବିବାର) ଦିନ ଗୁଆହାଟିରେ ଖେଳାଯିବ। ଏହି ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଚଳିତ ବର୍ଷ ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ ଅନୁଷ୍ଟିତ ହେବାର ଅଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ସମେତ ଶ୍ରୀଲଙ୍କା ମଧ୍ୟ ବର୍ଷ ଆରମ୍ଭରୁ ଏହି ମ୍ୟାଚରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ଲସିଥ୍‍ ମଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କ୍ରିକେଟ ଦଳ ଓ ବିରାଟ ବାହିନୀ ଉଭୟ ଗୁଆହାଟିରେ ପହଞ୍ଚି ସାରିଛନ୍ତି। ରବିବାର ଏଠାରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବାବେଳେ ୭ ତାରିଖରେ ୨ୟ ଟି-୨୦ ଇନ୍ଦୋରରେ ଏବଂ ୧୦ ତାରିଖରେ ପୁଣେରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ।
ତେବେ ଆସନ୍ତୁ ଜାଣିବା ଏପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ରେ କେଉଁ ଦଳର ପଲ୍ଲା ଭାରି ରହିଛି…………
ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୬ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯାଇଛି। ଯେଉଁଥିରେ ଭାରତୀୟ କ୍ରିକେଟ ଦଳ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛି। ୧୬ଟି ମ୍ୟାଚରୁ ଭାରତ ୧୧ଟିରେ ବିଜୟ ଲାଭ କରିଛି। ସେହିଭଳି ଶ୍ରୀଲଙ୍କା ୫ଟି ମ୍ୟାଚରେ ବିଜୟ ହୋଇଛି। ଏହି ସିରିଜକୁ କ୍ଲିନସୁଇପ କଲେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୧୪ଟି ଟ୍ବେଣ୍ଟି-୨୦ ମ୍ୟାଚ ଜିତିବାର ପ୍ରଥମ ଦଳ ହେବ।
ଗତବର୍ଷ ଉଭୟ ଦଳର ଟ୍ବେଣ୍ଟି-୨୦ ମ୍ୟାଚର ରେକର୍ଡକୁ ଦେଖିଲେ ଭାରତ ୭୪ପ୍ରତିଶତ ମ୍ୟାଚ ଜିତିଥିବାବେଳେ ଶ୍ରୀଲଙ୍କା ୫୦ପ୍ରତିଶତ ମ୍ୟାଚରେ ବିଜୟ ଲାଭ କରିଛି। ତେବେ ଭାରତୀୟ ଦଳ ଗତବର୍ଷ ଖେଳିଥିବା ୧୯ଟି ଟ୍ବେଣ୍ଟି ମ୍ୟାଚରେ ୧୪ଟିରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ୮ଟି ମ୍ୟାଚରୁ ୪ଟିରେ ବିଜୟ ଲାଭ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories