www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତାକାଲି ଠାରୁ ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ

ୱେଲିଂଟନ୍: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଆସନ୍ତାକାଲି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୱେଲିଂଟନର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯିବ। ନ୍ୟୁଜିଲାଣ୍ଡର ବେସିନ୍ ରିଜର୍ଭ ଗ୍ରାଉଣ୍ଡ ଘାସୁଆ ପିଚ୍ ହୋଇଥିବାରୁ ଭାରତର ପଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି। ମ୍ୟାଚର ଦୁଇଦିନ ପୂର୍ବରୁ ଏହି ଗ୍ରାଉଣ୍ଡରେ ୧୮ ଏମ୍ଏମ୍ ଘାସ ଥିବା ଦେଖାଯାଇଛି। ଏଣୁ ଏହି ପିଚ୍ ଦ୍ରୁତ ବୋଲର ମାନଙ୍କ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ଥ ହେବ।

ଉଭୟ ଦଳର ଦ୍ରୁତ ବୋଲରମାନଙ୍କ ପଦର୍ଶନ ଉଚ୍ଚ କୋଟୀର ଥିବାରୁ ଟେଷ୍ଟ ମ୍ୟାଚ ଦମଦାର ହେବ ବୋଲି ଜଣାପଡିଛି। ଭାରତ ବିପକ୍ଷ ଟି-୨୦ ସିରିଜରେ କ୍ଲିନସୁଇପ୍ ହେବା ପରେ ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆରେ ଯେଉଁଭଳି ପଦର୍ଶନ କରି ଦିନିକିଆ ସିରିଜରେ ଯେଉଁଭଳି କମବ୍ୟାକ୍ କଲା ସେଥିରୁ ଭାରତୀୟ ଦଳକୁ ଏକ ସତର୍କ ସୂଚନା ମଧ୍ୟ ମିଳିଯାଇଛି। ଏଣୁ ଏହି ଟେଷ୍ଟ ସିରିଜରେ ବିରାଟ ବାହିନୀ ଚ୍ୟାଲେଞ୍ଜିଂର ସହ ନେଇ ପଡିଆକୁ ଓହ୍ଲାଇବ।
ବିପରୀତ ଦିଗରୁ ପବନ ବହୁଥିବା କାରଣରୁ ବେସିନ୍ ରିଜର୍ଭ ଗ୍ରାଉଣ୍ଡ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ସୃଷ୍ଟି କରିବ। ଏଭଳି ସ୍ଥିତିରେ ଭାରତର ନୂଆ ଓପନିଂ ଯୋଡ଼ି ଯଥା ଯୁବବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲଙ୍କ ପଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।

- Advertisement -

ଏଥିସହ ଭାରତର ମିଡିଲ୍ ଅର୍ଡରରେ ଚେତେଶ୍ୱର ପୂଜାର,ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀଙ୍କୁ ନେଇ ମଜଭୁତ ରହିଥିବା ବେଳେୱିକେଟ କିପରକୁ ଦ୍ବନ୍ଦ ଦେଖାଦେଇଛି। ବେସିନ୍ ରିଜର୍ଭ ଗ୍ରାଉଣ୍ଡ ଘାସୁଆ ପିଚ୍ ହୋଇଥିବାରୁ କହାକୁ ଖେଳାଯିବ ସେ ନେଇ ଦ୍ବନ୍ଦ ରହିଛି। କିନ୍ତୁ କ୍ୟାପଟେନ୍ କୋହଲି ୱିକେଟକିପିଙ୍ଗରେ ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି ସୂଚନା ରହିଛି। ଏଠାକାର ପିଚକୁ ଦେଖି କୋହଲି ଋଦ୍ଧିମାନ ସାହାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ୱିକେଟକିପର ଭାବେ ସାମିଲ୍ କରିପାରନ୍ତି। ନ୍ୟୁଜିଲାଣ୍ଡ ପେସ୍ ବୋଲିଂ ବେଶ୍ ଶକ୍ତିଶାଳି ଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇ ପାରନ୍ତି। ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦୀଙ୍କ ବ୍ୟତିତ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବାକୁ ଯାଉଥିବା କାଇଲ୍ ଜେମିସନଙ୍କ ଭଳି ପେସ୍ ବୋଲରଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କୁ ସାମ୍ନା କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଘାସୁଆ ପିଚ୍ ବୋଲରଙ୍କୁ ଫାଇଦା ଦେବାର ସମ୍ଭାବନା ଅଧିକ ଥିବାରୁ ଭାରତୀୟ ଦ୍ରୁତ ବୋଲର ଯଜପ୍ରୀତ ବୁମ୍ରା ମଧ୍ୟ ଆମକୁ ସମସ୍ୟାରେ ପକାଇପାରିବେ ବୋଲି ନ୍ୟୁଜିଲାଣ୍ଡ୍ ମଧ୍ୟକ୍ରମ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର କହିଛନ୍ତି। ବୁମ୍ରାଙ୍କ ନେତୃତ୍ବରେ ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ନଭ୍ଦୀପ ସୈନି ମଧ୍ୟ ଘରୋଇ ଦଳକୁ ଅଡୁଆରେ ପକାଇବାର ସାମର୍ଥ୍ୟ ରଖିଛନ୍ତି। ବିଶେଷକରି ଆହତ ପରେ ଫିଟ୍ ହୋଇ ଦଳକୁ ଫେରିଥିବା ଈଶାନ୍ତ ବୁଧବାର ନେଟ୍ସରେ ଖୁବ୍ ଚମତ୍କାର ବୋଲିଂ କରି ଲୟ ପାଇଥିବା ପ୍ରମାଣିତ କରିଛନ୍ତି। ପୁଣି ଘାସୁଆ ପିଚ୍ ସତ୍ତ୍ବେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ମଧ୍ୟ ନ୍ୟୁଜିଲାଣ୍ଡ୍ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରିବେ। ତେବେ ଉଭୟ ଦଳରେ ଦକ୍ଷ ଦ୍ରୁତ ବୋଲର ରହିଥିବାରୁ ପ୍ରଥମ ଟେଷ୍ଟ୍ର ଫଳାଫଳ କାହା ପଟକୁ ଢଳିବ ତାହା ଦେଖିବାକୁ ବାକି ରହିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories