www.samajalive.in
Wednesday, December 10, 2025
26.1 C
Bhubaneswar

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦

ଅକ୍ଲାଣ୍ଡ : ଆସନ୍ତାକାଲି ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ନ୍ୟୁଜିଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଘରୋଇ ମାଟିରେ କ୍ରମାଗତ ଭାବେ ୩ଟି ସିରିଜ୍ ଜିତିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚିଛି ଭାରତୀୟ ଦଳ। ମାତ୍ର ଘରୋଇମାଟିରେ ନ୍ୟୁଜିଲାଣ୍ଡ ଦଳର ରେକର୍ଡ ବହୁତ ଭଲ ରହିଥିବାରୁ ଭାରତୀୟ ଦଳ ପାଇଁ ସିରିଜ ହାତେଇବା କଷ୍ଟକର ହେବ।
ଉଭୟ ଦଳ ମଧ୍ୟରେ ଅଦ୍ୟାବଧି ୧୧ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୩ଟି ମ୍ୟାଚ୍ ଜିତିପାରିଛି। ବର୍ତ୍ତମାନ ଖେଳୁଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି ରୋହିିତ ଶର୍ମା(୯ଟି ମ୍ୟାଚରୁ ୧୯୮ ରନ୍)। ତେବେ ନ୍ୟୁଜିଲାଣ୍ଡର ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରୁ ଭାରତ ବିପକ୍ଷରେ ସର୍ବାଧିକ ଟ୍ବେଣ୍ଟି-୨୦ ସ୍କୋର୍ କରିଛନ୍ତି କଲିନ୍ ମନ୍ରୋ (୭ଟି ମ୍ୟାଚ୍ରୁ ୨୪୮ ରନ୍)। ଏବେ ଭାରତୀୟ ଦଳରେ ଥିବା ବୋଲରଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୱିକେଟ ନେଇଛନ୍ତି ଯଶପ୍ରୀତ ବୁମ୍ରା (୪ଟି ମ୍ୟାଚ୍ରୁ ୪ଟି ୱିକେଟ)। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାଇଁ ଲେଗ୍ ସ୍ପିନର ଇସ୍ ସୋଢ଼ି ୭ଟି ମ୍ୟାଚ୍ରୁ ସର୍ବାଧିକ ୧୧ଟି ୱିକେଟ ନେଇଛନ୍ତି।

ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଏହି ମ୍ୟାଚ ଆରମ୍ଭ ହେବ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories