ଆସନ୍ତାକାଲି ଭାରତ ଓ ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ : କର ବା ମର ସ୍ଥିତିରେ ଭାରତ
ନୂଆଦିଲ୍ଲୀ : ଆସନ୍ତାକାଲି ଗୁରୁବାର ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ସନ୍ଧ୍ୟା ୭ଟା ସମୟରେ ଏହି ମ୍ୟାଚ ଆରମ୍ଭ ହେବ। ଗୋଟିଏ ପଟେ ସିରିଜରେ ବାଂଲାଦେଶ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହୋଇଥିବା ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗୁଆ ରହିଥିବାରୁ ଭାରତ ପାଇଁ ଏହି ମ୍ୟାଚଟି କର ବା ମର ସ୍ଥିତିରେ ରହିଛି। ଅନ୍ୟପଟେ ଗୁଜୁରାଟକୁ ଆସୁଥିବା ସାମୁଦ୍ରିକ ଝଡ଼ ମହା ଏହି ମ୍ୟାଚ ଦିନ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଯେଉଁଥିପାଇଁ ରାଜ୍ୟରେ ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ତେଣୁ ଗୁରୁବାର ସନ୍ଧ୍ୟା ୭ଟାରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ବର୍ଷା ପାଇଁ ବାଧକ ସାଜିପାରେ।
ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ଦଳ ତିନିମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ।
Stage set for the 2nd T20I in Rajkot #TeamIndia #INDvBAN pic.twitter.com/IPlKIcaQ0v
— BCCI (@BCCI) November 5, 2019
Comments are closed.