www.samajalive.in
Thursday, December 11, 2025
18.1 C
Bhubaneswar

ଡିଏଲ୍‍ ସମସ୍ୟା: ଘରୋଇ ୱେବସାଇଟ୍‍ ପ୍ରତି ଆକୃଷ୍ଟ ହେଉଛନ୍ତି ଗ୍ରାହକ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କୁ ନିକଟସ୍ଥ ଆରଟିଓ(ଆଞ୍ଚଳିକ ପରିବହନ) କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ। ତେବେ ଆଜି ପର୍ଯ୍ୟନ୍ତ ଆପଣଙ୍କ ମଧ୍ୟରୁ କେତେଜଣ ଆଞ୍ଚଳିକ କାର୍ଯ୍ୟାଳୟରେ କୌଣସି ଦଲାଲର ସହଯୋଗ ବିନା ଡ୍ରାଇଭିଂ ଲାଇସେନ୍ସ ପାଇଛନ୍ତି କି?
ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟା ସରକାରଙ୍କ ଏଭଳି ଏକ ବ୍ୟବସ୍ଥା ଯାହା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ଲାଇସେନ୍ସ ପାଇବା ମୁଣ୍ଡବ୍ୟଥାର କାରଣ ବୋଲି ପ୍ରମାଣିତ ହୋଇଛି। ଅପରପକ୍ଷରେ ଯଦି କୌଣସି ଦଲାଲଙ୍କ ସହାୟତା ନେବେ ତା’ହେଲେ ସାମାନ୍ୟ ଅଧିକ ମୂଲ୍ୟ ବିନିମୟରେ ଅତି ସହଜରେ ଆପଣଙ୍କୁ ମିଳିଯିବ ଡ୍ରାଇଭିଂ ଲାଇସେନ୍ସ। ଏହି ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାରଙ୍କ ପକ୍ଷରୁ “ଅନଲାଇନ’ ଲାଇସେନ୍ସ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଏହି ୱେବସାଇଟ ଅପେକ୍ଷା ଦଲାଲଙ୍କ ଦ୍ୱାରା ପରିଚାଳିତ ୱେବସାଇଟରେ ଅଧିକ ସଂଖ୍ୟାରେ ଆବେଦନ କରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦେଶବାସୀ।
ଅନଲାଇନ ପ୍ରକ୍ରିୟାକୁ ସରକାର “ସାରଥୀ’ ଯୋଜନାରେ ଅନ୍ତର୍ଭୁକ୍ତ କରି “ଡବ୍ଲୁଡବ୍ଲୁଡବୁ୍ଲ.ପରିବହନ.ଗଭ.ଇନ୍‍/ସାରଥୀସର୍ଭିର୍ସ’ ନାମରେ ସରକାର ୱେବସାଇଟ ପ୍ରସ୍ତୁତ କରିଥିବାବେଳେ ଦଲାଲଙ୍କ ଦ୍ୱାରା “ଅନଲାଇନଆରଟିଓ.କମ୍‍’ ଅଧିକ ଲୋକଙ୍କୁ ଆକୃଷ୍ଟ କରୁଛି। ଫଳରେ ସରକାରୀ ୱେବସାଇଟରେ ଆବେଦନ କରିବା ପରିବର୍ତ୍ତେ ଅଜ୍ଞାତରେ ଜନସାଧାରଣ ଦଲାଲଙ୍କ ଦ୍ୱାରା ଆରଟିଓ ୱେବସାଇଟରେ ନିଜ ନାମ ଓ ଜରୁରୀ ଦସ୍ତାବିଜ୍‍ ଅପଲୋଡ଼ କରିବା ସହ ଟଙ୍କା ପ୍ରଦାନ କରୁଛନ୍ତି। ଫଳରେ କେତେବେଳେ ଏହି ଟଙ୍କା ଲୁଟ୍‍ ହୋଇଯାଇଛି ତ’ ପୁଣି କେତେବେଳେ ଆବେଦନକାରୀଙ୍କ ପ୍ୟାନ କାର୍ଡ଼, ଆଧାର କାର୍ଡ଼ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନଲାଇନ ଆରଟିଓରେ ଆବେଦନ କରି ୧୭୦୦ରୁ ଅଧିକ ଲୋକ ୧କୋଟିରୁ ଊଦ୍ଧ୍ୱର୍ ଟଙ୍କା ହରାଇଥିବା କେବଳ କାନପୁର ଆରଟିଓରେ ଅଭିଯୋଗ ହୋଇଛି। ରୋଡ଼ ଟିକସ ଜମା ଓ ଗାଡ଼ିର ଫିଟନେସ ନବୀକରଣ ପ୍ରକ୍ରିୟାରେ ଏହି ଟଙ୍କା ଆତ୍ମସାତ୍‍ ହୋଇଥିବା ଜଣାପଡ଼ିଛି। ଦଲାଲଙ୍କ ଦ୍ୱାରା ପରିଚାଳିତ ୱେବସାଇଟରେ ଟଙ୍କା ଜମା କରିବା ପରେ ଯେଉଁ ପ୍ରାପ୍ତିସ୍ୱୀକାର ପତ୍ର ମିଳୁଛି ତାହାକୁ ନେଇ ସ୍ଥାନୀୟ ପରିବହନ କାର୍ଯ୍ୟାଳୟକୁ ଯିବାକୁ ନିର୍ଦେଶ ଦିଆଯାଇ ଥାଏ। ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ଅଧିକ ସଂଖ୍ୟକ ଆବେଦନକାରୀ ଏଭଳି ପ୍ରାପ୍ତିସ୍ୱୀକାର ପତ୍ର ନେଇ ସ୍ଥାନୀୟ କାର୍ଯ୍ୟାଳୟରେ ପହଞ୍ôଚବା ପରେ ସେମାନଙ୍କ ତଥ୍ୟ ଓ ସରକାରୀ ତଥ୍ୟ ମଧ୍ୟରେ ପ୍ରଭେଦ ଦୃଶ୍ୟମାନ ହୋଇଥିଲା। ଏତେ ସଂଖ୍ୟାରେ ବ୍ୟକ୍ତିଙ୍କ ପ୍ରାପ୍ତିସ୍ୱୀକାର ପତ୍ର ସହ ସରକାରୀ ତଥ୍ୟର ପ୍ରଭେଦକୁ ନେଇ ପରବର୍ତ୍ତୀ ସମୟରେ ଯାଞ୍ଚ ଆରମ୍ଭ ହୋଇଥିଲା। ଯେଉଁ ପ୍ରାପ୍ତିସ୍ୱୀକାର ପତ୍ର ଆବେଦନକାରୀ ଆଣିଛନ୍ତି ତାହା ସରକାରୀ ୱେବସାଇଟରୁ ନହୋଇ ଦଲାଲଙ୍କ ଦ୍ୱାରା ପରିଚାଳିତ ୱେବସାଇଟରୁ ପ୍ରସ୍ତୁତ ହୋଇଥିବା ଯାଞ୍ଚ ପରେ ଜଣାପଡ଼ିଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories